ଗୁଡ଼ ଓ ଜୀରା ପାଣିର ଉପକାରିତା : ମୁଣ୍ଡବିନ୍ଧା ଦୂର କରିବାରେ ସହାୟକ

0
188
ଗୁଡ଼ ଓ ଜୀରା

ଉପସ୍ଥାପନା : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୪/୦୬) : ଗୁଡ଼ ଓ ଜୀରା ଉଭୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଜୀରା ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରିବା ସହ ଖାଦ୍ୟ ହଜମ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟ । ସେହିପରି ଗୁଡ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି ।

ଜାଣନ୍ତୁ ଗୁଡ଼ ଓ ଜୀରା ଉଭୟ ସ୍ୱାସ୍ଥ୍ୟ ପାଇଁ କି କି ଉପକାର କରେ । ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ………

ମୁଣ୍ଡବିନ୍ଧା ଦୂର କରିବାର ଗୁଡ ଓ ଜୀରା ପାଣି ରାମବାଣ ।
ଗୁଡ ଓ ଜୀରା ପାଣି ପେଟ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ ।
ଗୁଡ ଓ ଜୀରା ପାଣି ମେରୁଦଣ୍ଡ ଜନିତ ସମସ୍ୟାରୁ ଉପଶମ ଦେଇଥାଏ ।
ଗୁଡ ଓ ଜୀରା ପାଣି ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ । ଏହା ଦ୍ୱାରା ଏନିମିୟା ର ଆଶଙ୍କା କମ୍ ଥାଏ ।
ଏକ ଗବେଷଣାରୁ ଜଣାପଡିଛି ଯେ, ଗୁଡ ଓ ଜୀରା ପାଣି ପିଇବା ଦ୍ୱାରା ଜ୍ୱର ଭଲ ହୋଇଥାଏ ।
ଗୁଡ ଓ ଜୀରା ପାଣି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ ।

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ଦୁଇ କପ୍ ପାଣି ନେଇ ଗ୍ୟାସରେ ମଧ୍ୟମ ଆଞ୍ଚରେ ବସାନ୍ତୁ । ଏକ ଚାମଚ ଗୁଡ ଓ ଏକ ଚାମଚ ଜୀରା ନେଇ ସେଥିରେ ମିଶାଇ ଫୁଟାନ୍ତୁ । ପାଣି ଗୋଟେ କପ୍ ହୋଇଗଲେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ । ଏହାକୁ ଛାଣି ଏକ କପରେ ନେଇ ପିଅନ୍ତୁ ।