ଶିକ୍ଷକ ନ ଥିଲେ ସ୍କୁଲରେ ତାଲା ପକା ଅଭିଯାନ

0
109
ଶିକ୍ଷକ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୭/୦୭) : ସମ୍ବିଧାନ ର ଧାରା 21A ଅନୁଯାୟୀ ଶିକ୍ଷା ପ୍ରତ୍ୟେକ ଶିଶୁ ର ମୌଳିକ ଅଧିକାର l ୨୦୦୯ ର ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଚଉଦ ବର୍ଷ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ତାଙ୍କ ନିକଟରେ ମୌଳିକ ଶିକ୍ଷା ପ୍ରଦାନ ସରକାରଙ୍କ ଦାୟିତ୍ୱ ଲ ହେଲେ ଅତ୍ୟନ୍ତ ଦୁର୍ଭାଗ୍ୟ ର ବିଷୟ ରାଜ୍ୟରେ ପ୍ରାୟ ୩୬ ହଜାର ସ୍କୁଲରେ ପିଲାଙ୍କ ପାଠ ପଢ଼ା ନିହାତି ଆବଶ୍ୟକ ଶିକ୍ଷକ ନାହାଁନ୍ତି lWhatsApp Image 2022 07 07 at 8.14.43 PM ଶିକ୍ଷକ ନ ଥିଲେ ସ୍କୁଲରେ ତାଲା ପକା ଅଭିଯାନ

ସେପରି ୪୦୦୦ ରୁ ଉର୍ଦ୍ଧ ଉଚ୍ଚ ବିଦ୍ୟାଳୟରେ ବିଷୟ ଶିକ୍ଷକ ନାହାଁନ୍ତି, ଏପରି କିଛି ସ୍କୁଲ ଅଛି ଯେଉଁଠି ଶହେ ପିଲାରେ କେବଳ ଜଗିବାକୁ ଦୁଇ ଜଣ ଶିକ୍ଷକ ଓ ବହୁତ ସ୍କୁଲରେ କେବଳ ସଂସ୍କୃତ, ଖେଳ ଓ ହିନ୍ଦୀ ଶିକ୍ଷକରେ ହାଇସ୍କୁଲ ଚାଲୁଛି l ଏହି ବିକଳ ଚିତ୍ର କହୁଛି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି l ସ୍ମାର୍ଟ ସ୍କୁଲ ଯୋଜନାରେ ଖାଲି ରଙ୍ଗ ମାରିଲେ ଓ ଘର ତିଆରି କରିଦେଲେ କ’ଣ ପିଲା ପାଠ ପଢ଼ିଦେବେ l

ସେପଟେ ସରକାର ମିଶ୍ରଣ ଓ ବନ୍ଦ କାର୍ଯ୍ୟକ୍ରମରେ ପ୍ରାୟ ଆଠ ହଜାର ସ୍କୁଲ ବନ୍ଦ କରିଛନ୍ତି l ଏତେ ସ୍କୁଲ ବନ୍ଦ ପରେ ମଧ୍ୟ ସ୍କୁଲରେ ଶିକ୍ଷକ ନାହାଁନ୍ତି l ବନ୍ଦ ଯୋଗୁଁ ପ୍ରାୟ ୧୮ ଲକ୍ଷ ପିଲା ଉଭାନ ହୋଇଛନ୍ତି l ଉପାନ୍ତ ଅଞ୍ଚଳ କଥା ନକହିବା ଭଲ ଖୋଦ ରାଜଧାନୀରୁ ଚାଳିଶ କି.ମି. ଦୂର ଖୋର୍ଦ୍ଧା ଜିଲ୍ଲା ଧଳାପଥର ସ୍କୁଲରେ ଖାଲି ହିନ୍ଦୀ ସଂସ୍କୃତ ଶିକ୍ଷକରେ ହାଇସ୍କୁଲ ଚାଲୁଛି l

ଗଣଶିକ୍ଷା ମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ତାଲା ବନ୍ଦ ହେଲେଣି, ନିକଟ ଅତୀତ ଧର୍ମଗଡ଼ ର ଅନ୍ଧ ପିଲା ଯଶୋବନ୍ତ ଛତ୍ରିଆ ମୁଁ ଅନ୍ଧ ବୋଲି ସରକାର କ’ଣ ଅନ୍ଧ ବୋଲି ଉପଜିଲ୍ଲାପାଳଙ୍କୁ ଅନ୍ଧ ସରକାର କହିବା ଭାତ ହାଣ୍ଡିରୁ ଗୋଟେ ଚାଉଳ ଚିପିବା ସଦୃଶ l ଯାହା ଗଣମାଧ୍ୟମରେ ସରକାର ଖାଲି ତୁଚ୍ଛା ପ୍ରଚାର କରୁଛନ୍ତି ହେଲେ ବାସ୍ତବ ସ୍ଥିତି ପୁରା ଅଲଗା l

ପୂର୍ବରୁ ଓଡିଶା ଅଭିଭାବକ ମହାସଂଘ ଯେଉଁ ସ୍କୁଲରେ ନିହାତି ଆବଶ୍ୟକ ଶିକ୍ଷକ ନଥିଲେ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲା l ଦେଖାଯାଉଛି କି ରାଜ୍ୟରେ ପ୍ରାୟ ପଚାଶରୁ ଉର୍ଦ୍ଧ ସ୍କୁଲରେ ଏପରି ପ୍ରତିବାଦ ହୋଇ ସାରିଲାଣି l ସବୁଦିନ ନୂଆ ନୂଆ ସ୍କୁଲରେ ତାଲା ପକାଇ ପ୍ରତିବାଦ ଖବର ଗଣମାଧ୍ୟମରେ ଆସୁଛି l କୋରାପୁଟ, ଭଦ୍ରକ, ବାଲେଶ୍ୱର, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ଅନୁଗୁଳ ଠାରୁ ଆରମ୍ଭ କରି ଅନ୍ୟ ଜିଲ୍ଲାରେ ଆରମ୍ଭ ହେଲାଣି ତାଲା ପକା ଅଭିଯାନ l ସରକାର କିନ୍ତୁ ଯେଉଁଠି ପ୍ରତିବାଦ ର ସ୍ୱର ଜୋରଦାର ହେଉଛି ସେଠି ଶିକ୍ଷକ ଦେଇ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି l

ତେଣୁ ଜୋରଦାର ପ୍ରତିବାଦ ନହେଲେ ଆଗାମୀ ଦିନରେ ଆମ ପିଲା ମୂର୍ଖ ହେବା ଥୟ l ପୂର୍ବରୁ ତ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଅକ୍ଷର ଲେଖି ଆସୁନଥିବା ଓ ମନ୍ତ୍ରୀ ଖୋଦ କହିଲେ ତିନିକ ପଣିକିଆ ଆସୁନି, ଏସବୁ କଥା ଆମେ ଜାଣିଛେ l ଯଦି ଏହିଭଳି ଶିକ୍ଷକ ନ ରହିବେ ସ୍ଥିତି ଆହୁରି ସଂଗୀନ ହେବ l ତେଣୁ ପରିସ୍ଥିତି ଆଗକୁ ସଂଗୀନ ହେବା ପୂର୍ବରୁ ଓଡିଶା ଅଭିଭାବକ ମହାସଂଘ ଏହି ସମସ୍ୟାର ସମାଧାନ ପାଇଁ ସବୁ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ଆଗକୁ ଆସି ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛି l

ବିଜେଡି ସଭାପତି ନବୀନ ପଟ୍ଟନାୟକ, ବିଜେପି ସଭାପତି ସମୀର ମାହାନ୍ତି, କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଆପ ଆବାହକ ନିଶିକାନ୍ତ ମହାପାତ୍ର, ଏସପି ରବି ବେହେରା, ଫରୱାର୍ଡ ବ୍ଲକ ଜ୍ୟୋତି ମହାପାତ୍ର, ସିପିଆଇଏମ, ସିପିଆଇ, କଳିଙ୍ଗସେନା, ଏନସିପି ଓ ଅନ୍ୟାନ୍ୟ ରାଜନୈତିକ ଦଳକୁ ସାରା ରାଜ୍ୟରେ ପର୍ଯ୍ୟାପ୍ତ ଶିକ୍ଷକ ନଥିବା ୩୬୦୦୦ ସ୍କୁଲରେ ଗୋଟେ ଦିନରେ ପ୍ରତିବାଦ ସ୍ୱରୂପ ତାଲା ପକାଇ ଧାରଣା ଦେବାପାଇଁ ଆହ୍ୱାନ ଦେଇଛନ୍ତି l

ଏହି କ୍ରମରେ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଆମ ଆଦମୀ ପାର୍ଟି ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର, ଆଦି ନେତୃତ୍ୱଙ୍କୁ ଭେଟି ଏହି ଆନ୍ଦୋଳନ ଓ ପ୍ରତିବାଦରେ ସହଯୋଗ କରିବାକୁ ନିବେଦନ କରିଛି l ରାଜ୍ୟ ର ସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି ନ ହେବା ପଯ୍ୟନ୍ତ ଏହି ତାଲା ପକା ଅଭିଯାନ ଚାଲୁ ରହିବ ବୋଲି ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି l