ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୧୩ତମ ପ୍ରତିଷ୍ଠା ଦିବସ ପାଳିତ

0
169
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୫/୭) : ସୁବର୍ଣ୍ଣପୁର ଜିଲ୍ଲା ର ବିନିକା ବ୍ଲକ ସେଲେଡି ଝାରପଡା ଠାରେ ଆଜି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ୧୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି ।

ଶାଶ୍ୱତ କୁମାର ତ୍ରିପାଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଗଠକ ଲଳିତ ମୋହନ ପୂଜାହାରୀ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ମାତୃ ପତାକା ଉତ୍ତୋଳନ କରିଥିଲେ । ବରିଷ୍ଠ ଶିକ୍ଷାବିତ ତଥା ପ୍ରତିଷ୍ଠାତା ଲମ୍ବୋଦର ତ୍ରିପାଠୀ ଅତିତ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ବିଷୟରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ସନ୍ତୋଷ ସାଲିମା ଧନ୍ୟବାଦ ଦେଇଥିଲେ । ଦନାର୍ଦ୍ଦନ, ତରଙ୍ଗିନୀ, କିଣୁ, ନିରୁ, ବବି, ସୀମା, ପୂର୍ଣ୍ଣ, ବେଦ, ପଦ୍ମାଳୟା, ନନ୍ଦିନୀ, ଦୁଃଖ, ସନ୍ତୋଷିନୀ, ସବିତା ଆଦି ଅପା ଭାଇ କାର୍ଯ୍ୟକ୍ରମ ରେ ରହି କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ ।