ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ନୂତନ କୋଠାଘର ଉଦ୍ଘାଟିତ

0
223
ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୬/୮) : ଆଜାଦି କା ଅମୃତ ମହୋତ୍ସବ ଓ ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବିନିକା ଅଞ୍ଚଳବାସୀଙ୍କ ଉତ୍ତମ ସେବା ଯୋଗାଇଦେବା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ନେଇ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ନୂତନ କୋଠାଘର ଉଦ୍ଘାଟିତ ହୋଇଯାଇଛି ।WhatsApp Image 2022 08 17 at 11.23.46 AM ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ନୂତନ କୋଠାଘର ଉଦ୍ଘାଟିତ

ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ର ଅନୁଦାନ ୩ କୋଟି ୨୯ ଲକ୍ଷ ୧୦ ହଜାର ଟଙ୍କାରେ ନବ ନିର୍ମିତ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କୋଠାଘର କୁ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗଦେଇ ଫିତା କାଟି ଉଦ୍ଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇଥିଲେ ।

ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଶ୍ୱରଞ୍ଜନ ପତି, ନଗରପାଳ ସୁବାଷ ଚନ୍ଦ୍ର ଭୋଇ, ବିନିକା ଡାକ୍ତରଖାନା ଚିକିତ୍ସାଧିକାରୀ ଡ. ଅଂଶୁମାଲିନି ପଣ୍ଡା ପ୍ରମୁଖଙ୍କ ସମେତ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ପରେ ଅତିଥି ମାନେ ଉଦ୍ଘାଟିତ ଡାକ୍ତରଖାନା ର କୋଠାଘର ଗୁଡ଼ିକୁ ବୁଲି ଦେଖିଥିଲେ ।