ମଧ୍ୟାହ୍ନ ଭୋଜନ ଟଙ୍କା ପ୍ରଦାନରେ ଜାଲିଆତି !

0
147
ମଧ୍ୟାହ୍ନ ଭୋଜନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୪/୦୯) : ମହାମାରୀ କରୋନା ସମୟରେ ସମସ୍ତ ବିଦ୍ୟାଳୟରେ ପାଠ ପଢା ଠପ ହୋଇଯାଇଥିଲା ଏହା ସହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ବନ୍ଦ ଥିଲା ।WhatsApp Image 2022 09 24 at 7.40.36 PM ମଧ୍ୟାହ୍ନ ଭୋଜନ ଟଙ୍କା ପ୍ରଦାନରେ ଜାଲିଆତି !

ଲୋକଙ୍କ ଅଭାବ ଅସୁବିଧାକୁ ଲକ୍ଷ୍ୟ କରି ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ସହାୟତା ମଧ୍ୟ ପ୍ରଦାନ କଲେ । ଫଳ ସ୍ୱରୂପ ପ୍ରତି ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଚାଉଳ ସହ ଟ. ୫.୪୨ ପଇସା ଲେଖାଏଁ ଓ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଚାଉଳ ସହ ଟ. ୦୮.୧୦ ପଇସା ଲେଖାଁଏ ମୋଟ ୨୦୦ ଦିନ ର ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୧୦୮୪ ଟଙ୍କା ଓ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୧୬୨୦ ଟଙ୍କା ପ୍ରଦାନ କରିବା କଥା ।

ମାତ୍ର ଛତ୍ରଙ୍ଗ ୟୁଜିଏମଇ ସ୍କୁଲରେ ମୋଟ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୩୯୦ ଟଙ୍କା ଓ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୪୫୦ ଟଙ୍କା ଲେଖାଁଏ ପ୍ରଦାନ କରାଯାଇଛି । ଏ ସମ୍ପର୍କରେ କିଛି ଅଭିଭାବକ ଗତକାଲି ସନ୍ଧ୍ୟାରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ କୌଣସି ଟଙ୍କା ବକେୟା ନଥିବା ପ୍ରକାଶ କରିଥିଲେ ଏବଂ ଆଜି କିଛି ଅଭିଭାବକ ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ହୋତା ଙ୍କୁ ପଚାରିବାରୁ ସେ ପ୍ରଥମେ ମନାକରିବା ସହ ପରେ ସ୍ୱୀକାର କରିଥିଲେ ।

ଏପରିକି ପ୍ରଥମେ ପାସବୁକ/ଏସଏମସି କମିଟି ବୈଠକ ଖାତା ପାଖରେ ନଥିବା ପ୍ରକାଶ କରିଥିଲେ ଏବଂ CRCC ସୁଧିର ଦେହୁରୀ ଆସିବା ପରେ ଜଣାଇଲେ ଯେ ୩ ଟି ପର୍ଯ୍ୟାୟରେ ଟଙ୍କା ଆସିଛି । ପ୍ରଥମ ପର୍ଯ୍ୟାୟରେ ୭୩ ଦିନରେ, ୦୨ୟ ପର୍ଯ୍ୟାୟରେ ୫୭ ଦିନ ଏବଂ ୦୩ୟ ପର୍ଯ୍ୟାୟରେ ୭୦ ଦିନ ର ମୋଟ ୨୦୦ ଦିନ ର ଟଙ୍କା ଆସିଛି । ସମସ୍ତ ଟଙ୍କା ଜୁନ ମାସରେ ବ୍ୟାଙ୍କରୁ ଉଠି ସାରିଛି । ଜୁଲାଇ ୦୫ ତାରିଖ ୨୦୨୨ ମସିହାରେ ପ୍ରଥମ ଓ ୦୩ୟ ପର୍ଯ୍ୟାୟ ର ଟଙ୍କା ପ୍ରଦାନ କରାଯାଇଛି ।

ଆଶ୍ଚର୍ଯ୍ୟ ର କଥା ପ୍ରଧାନ ଶିକ୍ଷକ ଗୋଟିଏ ତାରିଖରେ ପ୍ରଥମ ଓ ତୃତୀୟ ପର୍ଯ୍ୟାୟ ଟଙ୍କା ସମାନ ତାରିଖରେ ପ୍ରଦାନ କରାଯାଇଥିବା କାଗଜପତ୍ରରେ ଦର୍ଶାଉଥିବାବେଳେ ପ୍ରଥମ ପର୍ଯ୍ୟାୟ ର ଟଙ୍କା ଛାଡି ଆଉ କୌଣସି ପର୍ଯ୍ୟାୟ ର ଟଙ୍କା ପ୍ରଦାନ କରିନଥିବା ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅଭିଭାବକ ଜଣାଇଥିଲେ । ପ୍ରଥମ ଓ ତୃତୀୟ ପର୍ଯ୍ୟାୟ ଟଙ୍କା ଗୋଟିଏ ତାରିଖରେ ବଣ୍ଟନ କରାଯାଇଥିବା କହୁଥିବାବେଳେ ୦୨ୟ ପର୍ଯ୍ୟାୟ ଟଙ୍କା ଜମାଖାତା ରୁ ଉଠାଣ ର ଚାରି ମାସ ପରେବି କେଉଁ ଉଦ୍ଦେଶ୍ୟ ନେଇ ପ୍ରଦାନ କରାଯାଇନାହିଁ ତାହା ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ।

ଏଣୁ ପରିଶେଷରେ ଉତକ୍ଷିପ୍ତ ଅଭିଭାବକ, ଏସଏମସି କମିଟି ସଭାପତି ଘାସିରାମ ରାଉତ, ପ୍ରାକ୍ତନ ସରପଞ୍ଚ ଶୁଶୀଳ ପ୍ରଧାନ, ଅବକାଶ ସାହୁ, ସୁଶାନ୍ତ ରାଉତ, ରଞ୍ଜନ ହଂସ, ନିରଞ୍ଜନ ବେହେରା, ରାଜକିଶୋର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ସ୍କୁଲରେ ତାଲା ପକାଇବା ସହ ଉପରିସ୍ଥ ଅଧିକାରୀ ଘଟଣାସ୍ଥଳକୁ ଆସି ଘଟଣା ର ସମାଧାନ ନକରିବା ଯାଏଁ ବିଦ୍ୟାଳୟ ଗେଟରେ ତାଲା ପକାଇଛନ୍ତି । ଏ ଘଟଣାକୁ ନେଇ ଅଞ୍ଚଳରେ ଆଲୋଚନା ଯୋର ଧରିଛି ।