ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଦିପୁରୁଷ’ ର ଟିଜର ସାମ୍ନାକୁ ଆସିବା ପରେ ଫିଲ୍ମକୁ ଟ୍ରୋଲ

0
264
ବହୁ ପ୍ରତିକ୍ଷିତ ଫିଲ୍ମ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୦୩/୧୦) : ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଦିପୁରୁଷ’ ର ଟିଜର ସାମ୍ନାକୁ ଆସିଲା, ହେଲେ ଶେଷରେ ସବୁ ଫସର ଫାଟିଗଲା । ଦର୍ଶକଙ୍କୁ ଖୁସି କରିବା ବଦଳରେ ସାଉଥ ସୁପରଷ୍ଟାର୍‌ ପ୍ରଭାସ ନିରାଶ କରିଛନ୍ତି । ସୋଶାଲ ମିଡିଆରେ ୟୁଜର୍ସମାନେ ନିଜର ଫେଭରେଟ୍‌ ଷ୍ଟାର୍‌ ପ୍ରାଭସଙ୍କୁ ଶୁଣାଇଛନ୍ତି କଟୁ କଥା । ଏଥିସହ ସେ ତାଙ୍କୁ ଟ୍ରୋଲ କରିଛନ୍ତି ।

ନିକଟରେ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଦିପୁରୁଷ’ ର ଟିଜର । ଏହି ଫିଲ୍ମ ର ଟିଜରକୁ ଲୋକେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ । ତେବେ ଏହି ଟିଜର ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନଙ୍କୁ ଏକ୍ସଇଟ୍‌ମେଣ୍ଟ ପାଣି ଫୋଟକା ଭଳି ଫାଟିଯାଇଛି । ଏହା ପଛର କାରଣ ହେଉଛି ଫିଲ୍ମରେ ବ୍ୟବହୃତ ହୋଇଥିବା ଖରାପ VFX ।

ରିଲିଜ ହୋଇଥିବା ‘ଆଦିପୁରୁଷ’ ର ଟିଜରରେ ପ୍ରଭାସଙ୍କୁ ପ୍ରଭୁ ରାମଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଯିଏ ମାତା ସୀତାଙ୍କୁ ଲଙ୍କାରୁ ଫେରାଇ ଆଣୁଛନ୍ତି । ରାମ ସୀତାଙ୍କ ସହିତ ଏକ ବାନାର ସେନା ମଧ୍ୟ ଅଛନ୍ତି । ହେଲେ ଏହି ସମସ୍ତ ଦୃଶ୍ୟ ଏକ ଆନିମେସନ୍ ଫିଲ୍ମ ଭଳି ଦେଖାଯାଉଛି । ଏହା ଲାଇଭ୍ ଆକ୍ସନ୍ ଫିଲ୍ମ ନୁହେଁ ।

ଏହାକୁ ନେଇ ହିଁ ଚିହିଁକି ଉଠିଛନ୍ତି ପ୍ରଶଂସକ । ସୋଶାଲ ମିଡିଆରେ ୟୁଜର୍ସମାନେ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ପ୍ରଭାସଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି । ୟୁଜର୍ସମାନେ VFX ଦେଖିବା ମାତ୍ରେ ଟିଜରକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି ନିର୍ଦ୍ଦେଶକ ଓମ୍ ରାଉତ ଶୀଘ୍ର ଏହି ଭୁଲକୁ ଠିକ୍ କରିବା ଉଚିତ୍ । ଅନେକ ୟୁଜର୍ସ ଏହି ଟିଜର ର VFXକୁ ପରିହାସ କରିଛନ୍ତି । କେହି କେହି ଥଟ୍ଟା କରି କହିଛନ୍ତି କାର୍ଟୁନ୍ ନେଟୱାର୍କ ଏବଂ ପୋଗୋ କାର୍ଟୁନ୍ ଚ୍ୟାନେଲ ର ଏହି କାର୍ଟୁନ୍‌ ପରି ଲାଗୁଛି ।

ଏହା ବ୍ୟତୀତ #ଆଦିପୁରୁଷ #ଡିସାପଏଣ୍ଟ, #କାର୍ଟୁନ୍ ଭଳି ହ୍ୟାସ ଟ୍ୟାଗ ଗୁଡ଼ିକ ଟ୍ୱିଟର୍‌ରେ ଟ୍ରେଣ୍ଡ କରୁଛି । ବାନରସେନାରେ ମାଙ୍କଡମାନଙ୍କ ଭିନ୍ନ ଭିନ୍ନ ପ୍ରଜାତିକୁ ଦେଖାଯାଇଥିବା ଯୋଗୁଁ ମଧ୍ୟ ଅନେକ ୟୁଜର୍ସ ଆପତ୍ତି ଉଠାଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ ନିର୍ଦ୍ଦେଶକ ବାନର ସେନା ର ସୈନିକମାନଙ୍କୁ ମୂଳ କାହାଣୀ ପରି ଅଧା ମାନବ ଏବଂ ଅଧା ମାଙ୍କଡ଼ କରିବା ଉଚିତ୍ । କେବଳ ସେତିକି ନୁହେଁ ସୈଫ ଖାନଙ୍କ ଫର୍ମ ଏବଂ ପ୍ରଭାସଙ୍କ ରୂପାନ୍ତର ମଧ୍ୟ ୟୁଜର୍ସମାନଙ୍କୁ ପସନ୍ଦ ଆସିନାହିଁ ।

ନିର୍ଦ୍ଦେଶକ ଓମ ରାଉତ ତାଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ରାମାୟଣ ର ପୌରାଣିକ କାହାଣୀ ଉପରେ ନିର୍ମାଣ କରିଛନ୍ତି । ଜାପାନ ର ଆନିମେଟେଡ୍ ଫିଲ୍ମ ରାମାୟଣ ଦେଖିବା ପରେ ଏହି ଚଳଚ୍ଚିତ୍ର ତିଆରି କରିବା ପାଇଁ ସେ ଚିନ୍ତା କରିଥିଲେ । କୋଭିଡ -୧୯ ର ଲକଡାଉନ୍ ସମୟରେ ସେ ‘ଆଦିପୁରୁଷ’ ର କାହାଣୀ ଲେଖିଥିଲେ । ଫିଲ୍ମ ର ବଜେଟ୍ ୫୦୦ କୋଟି ଟଙ୍କା ବୋଲି କୁହାଯାଉଛି । VFX କାର୍ଯ୍ୟରେ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।

ଫିଲ୍ମରେ ସୁପରଷ୍ଟାର ପ୍ରଭାସ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ କ୍ରିତି ସାନନ୍ ସୀତା ଭୂମିକାରେ ଅଛନ୍ତି । ଲକ୍ଷ୍ମଣଙ୍କ ଭୂମିକାରେ ସନ୍ନି ସିଂହ ଓ ରାବଣ ଭୂମିକାରେ ସୈଫ୍‌ ଅଲି ଖାନ୍‌ଙ୍କୁ ଦେଖିବାକୁ ମିଳିବ । ରିଲିଜ ହୋଇଥିବା ଟିଜରରେ କ୍ରିତିଙ୍କର ଏକ ଛୋଟ ଏବଂ ସୁନ୍ଦର ଝଲକ ମଧ୍ୟ ଦେଖିବାକୁ ମିଳିଛି । ୧୨ ଜାନୁଆରୀ ୨୦୨୩ ରେ ଫିଲ୍ମ ରିଲିଜ୍ ହେବ ।