ବାଲିଗୁଡା ବ୍ଲକ ରେ ଦ୍ୱିତୀୟ ସମିତି ବୈଠକ ଅନୁଷ୍ଠିତ

0
238
ବାଲିଗୁଡା ବ୍ଲକ

ରିପୋର୍ଟ : ବିଭୂତି ଲହରୀଆ
ବାଲିଗୁଡା, (୨୬/୧୦) : ବାଲିଗୁଡା ବ୍ଲକ ସମ୍ବିଳନୀ କକ୍ଷରେ ଦ୍ୱିତୀୟ ସମିତି ବୈଠକ ଅନୁଷ୍ଠିତ ହୋଇଛି ।

ବାଲିଗୁଡା ବ୍ଲକ ଅଧ୍ୟକ୍ଷା ମିଶାବତୀ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଉପାନ୍ତ ଅଞ୍ଚଳରେ ରାଜ୍ୟ ସରକାର ଙ୍କ କଲ୍ୟାଣକାରୀ ଯୋଜନା ର ରୂପାୟନ ହୋଇ ପାରିବ ସେ ନେଇ ଉପସ୍ଥିତ ଥିବା ଅତିଥି ମତ ବ୍ୟକ୍ତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ସମ୍ମାନୀତ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସାଂସଦ ପ୍ରତିନିଧି ଟୁନା ଦାସ, ବିଡ଼ିଓ ଶଶାଙ୍କ ପାତ୍ର, ଉପାଧ୍ୟକ୍ଷା ନିକଜିନି ଦିଗାଲ, ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଦିଗାଳ ପ୍ରମୁଖ ମଞ୍ଚାସିନ ଥିଲେ ।

ଏଥିରେ ବ୍ଲକ ର ଚଉଦ ଟି ପଞ୍ଚାୟତ ର ସରପଞ୍ଚ, ସମିତି ସଦସ୍ୟ ଉପସ୍ଥିତ ରହି ପୂର୍ବ ବିବରଣୀ ପାଠ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ସାଧାରଣ ବଣ୍ଟନ, କୃଷି, ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିବା ସହିତ ନିଜ ନିଜ ପଞ୍ଚାୟତ ର ସମସ୍ୟା ଉପସ୍ଥାପନା କରିଥିଲେ । ବ୍ଲକ ଜିପିଓ ଅମରେଶ ପ୍ରସାଦ ରଥ, ସହକାରୀ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।