ବିଧାୟକ ଭାବେ ଶପଥ ନେଲେ ବର୍ଷା ସିଂ ବରିହା

0
108
ବିଧାୟକ ଭାବେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୨/୧୨) : ବିଧାୟକ ଭାବେ ଶପଥ ନେଇଛନ୍ତି ବର୍ଷା ସିଂ ବରିହା । ଆଜି ବାଚସ୍ପତିଙ୍କ ପ୍ରକୋଷ୍ଠରେ ସେ ଶପଥ ନେଇଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଏହି ସମୟରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତି ଥିଲେ । ବିଧାୟକ ଭାବେ ଶପଥ ନେବା ପୂର୍ବରୁ ଗତ ଶନିବାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ ବର୍ଷା । ସେ ବାଚସ୍ପତିଙ୍କ ଆର୍ଶୀବାଦ ନେବାକୁ ଆସିଥିବା କହିଥିଲେ ।

ବର୍ଷା ଆହୁରି କହିଥିଲେ, ପଦ୍ମପୁର ବାସୀଙ୍କ ଆର୍ଶୀବାଦ ପାଇ ମୁଁ ଆଜି ଏଠି ଠିଆ ହୋଇଛି । ମୁଁ ତୃଣମୂଳ ସ୍ତରରେ ଯାଇ କାମ କରିବି । ମୁଁ ଲୋକଙ୍କ ପାଖକୁ ଯିବି । ସୂଚନା ଯୋଗ୍ୟ, ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଗତ ୫ ତାରିଖରେ ପଦ୍ମପୁରରେ ଉପନିର୍ବାଚନ ହୋଇଥିଲା । ଏଥିରେ ବିଜୟଙ୍କ ଝିଅ ବର୍ଷାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ବର୍ଷା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨ ହଜାର ୬୭୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ ।