୨୦ଫୁଟ୍‌ ତଳକୁ ଖସି ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌, ୨୦ ଆହତ

0
118
୨୦ଫୁଟ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବାରିପଦା, (୧୬/୧୨) : ରାସ୍ତାର ୨୦ ଫୁଟ୍‌ ତଳକୁ ଖସି ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ୧୮ ର କୁଳିଅଣା ବାଲିମୁଣ୍ଡୁଳି ଛକରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଗୌରି ନାମକ ଯାତ୍ରୀବାହୀ ବସ୍‌ଟି ଯାତ୍ରୀମାନଙ୍କୁ ନେଇ କରଞ୍ଜିଆରୁ ବାରିପଦା ଅଭିମୁଖେ ଆସୁଥିଲା । ଏହି ସମୟରେ ବାଲିମୁଣ୍ଡୁଳି ଛକରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାର ୨୦ଫୁଟ୍‌ ତଳକୁ ଖସିପଡ଼ିଥିଲା । ପରେ ବସ୍‌ଟି ଓଲଟି ପଡ଼ିଥିଲା ।

ଆହତ ଯାତ୍ରୀ ମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ବସ୍‌ରେ ୫୦ରୁ ଅଧିକ ଯାତ୍ରୀଥିଲେ । ସେମାନଙ୍କ ମଧ୍ୟରେ କିଛି କଲେଜ ପିଲା ଥିଲେ । ବସ୍ ଚକା ବାହାରିଯିବା ଯୋଗୁଁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି ।