କାଢା କେନାଲ ନିମ୍ନମାନର ନିର୍ମାଣ ଅଭିଯୋଗ

0
113
କାଢା କେନାଲ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,(୧୧/୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଧାମୁଣିପଙ୍ଗା ପଞ୍ଚାୟତର ପଲକାଲିମା ଗାଁ ନିକଟରେ ପାଣି ପଞ୍ଚାୟତ ପକ୍ଷରୁ କାଢା କେନାଲ ନିର୍ମାଣ କରାଯାଉଛି ।WhatsApp Image 2023 01 11 at 17.22.19 1 କାଢା କେନାଲ ନିମ୍ନମାନର ନିର୍ମାଣ ଅଭିଯୋଗ

କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ଵାରା ଚାଷୀ ମାନେ ଉପକୃତ ହେବେ ବୋଲି କାଢା କେନାଲ ବ୍ୟବସ୍ଥା କରାଯାଇଛି । ଉକ୍ତ ପ୍ରକଳ୍ପ କୁ କାଢା ବିଭାଗ ପାଣି ପଞ୍ଚାୟତ କୁ ୧କୋଟି ୪୫ଲକ୍ଷ ଟଙ୍କା ଅନୁଦାନ ଆସିଛି । ଏହି କାଡା କେନାଲ କୁ ପାଣି ପଞ୍ଚାୟତ ନ କରି ଠିକାଦାର ମାନଙ୍କୁ ହସ୍ତାନ୍ତର କରିଛନ୍ତି । ଠିକାଦାର ମାନେ ନିଜ ଇଚ୍ଛାରେ ନିମ୍ନମାନର ସିମେଣ୍ଟ ସାଙ୍ଗକୁ ୱାଲରେ ମେଟାଲ ମିଶାଇ ପକାଉଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ଏଥିରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏହି କାଡା କେନାଲ ନିୟମ ଅନୁଯାଇ ଗାତ ନ ଖୋଳି ଅଳ୍ପ ଗାତ ଖୋଳି ଉପରେ ଠାଉରିଆ ଭାବରେ ପକାଉଛନ୍ତି ।

ୱାଲ ରେ ଫୁଟେ ଲେଖାଏଁ ରୋଡ଼ ଠିଆ କରି ପକାଇବା ର ଥିବା ବେଳେ ତାହା ନ ପକାଇ ୪ଫୁଟ ଲେଖାରେ ପକାଉଛନ୍ତି । ଲମ୍ବା ରେ ଦୁଇ ଟି ଲୁହା ଛଡ଼ ବାନ୍ଧୁଛନ୍ତି ।ତାହା ୭ଟି ଲୁହା ଛଡ଼ ପକାଇବା କଥା । ଏହି କାମ ଲୁହା ଛଡ଼, ସିମେଣ୍ଟ ଓ ଚିପିସ ରେ କରିବା କଥା ତାହା ଚିପିସ ବଦଳରେ ମେଟାଲ ବା ଛୋଟ ଛୋଟ ପଥର ପକାଇ କାମ କରାଯାଉଛି । ଏହି ନିମ୍ନ ମାନର କାମ ବର୍ଷେ ନ ପୁରୁଣୁ ଭାଙ୍ଗି ଯିବାର ସମ୍ବାବନା ରହିଛି ବୋଲି ଚାଷୀ ମାନେ ଅଭିଯୋଗ କରୁଛନ୍ତି । ଉକ୍ତ ବ୍ଲକରେ ହାତିମୁଣ୍ଡା, ତ୍ରୋଡ୍ରା ଓ ନାରାୟଣପୁର ଠାରେ ତିନୋଟି ପାଣି ପଞ୍ଚାୟତ ଗଠନ କରାଯାଇଛି । ଏହି ପାଣିପଞ୍ଚାୟତ ଦ୍ୱାରା କାଡା କେନାଲ ନିର୍ମାଣ ଓ ତାର ରକ୍ଷଣାବେକ୍ଷଣ କରିବା ରହିଥିଲେ ମଧ୍ୟ ସେ ଅନ୍ୟ ଠିକାଦାର ଙ୍କୁ ଦେଇ ଏଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।WhatsApp Image 2023 01 11 at 17.22.18 କାଢା କେନାଲ ନିମ୍ନମାନର ନିର୍ମାଣ ଅଭିଯୋଗ

ଏ ସମ୍ପର୍କରେ କାଢ଼ା ବିଭାଗ ର ଯନ୍ତ୍ରୀ ସଞ୍ଜୟ ମହାନ୍ତି ଙ୍କୁ ପଚାରିବାରୁ ସେ କହିଲେ ଯେ ଠିଆ କରୁଥିବା ରୋଡ଼ ଏକ ଫୁଟ ବ୍ୟବଧାନରେ ଗୋଟିଏ ଲେଖାଏଁ ଠିଆ କରାଯିବ ଲମ୍ବା ରେ ସାତ ଟି ଲେଖାଏଁ ରୋଡ଼ ବନ୍ଧାଯିବ ଭଲ କାମ ହେଉଛି ବୋଲି କହିଛନ୍ତି । ଏ ପଟେ ଠିକାଦାର ମାନେ ଲମ୍ବା ରେ ଦୁଇଟି ଲେଖାଏଁ ଠିଆରେ ବିନା ମାପରେ ଏକ ଫୁଟ ରୁ ଅଧିକ ରୋଡ଼ ରଖିଥିବା ଦେଖିବାକୁ ମିଳିଛି । ଏଥିରେ ଠିକାଦାର ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ରେ ଏହି କେନାଲ କାମ ହେଉଛି ବୋଲି ଚାଷୀ ରାଇମଣି କଞ୍ଜକା, ଆର୍ଜୁ କଞ୍ଜକା, ସାଲୁପୁ କଞ୍ଜକା, ତିଆକା ହରି ଓ ତିଆକା ଡିଉଡୁ ଅଭିଯୋଗ କରିଛନ୍ତି ।