ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

0
103
ମଧ୍ୟାହ୍ନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୨/୦୧) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଭାଲୁଘର ପ୍ରାଥମିକ ବିଦ୍ୟାଳୟ ରେ ଆଜି ୧୬ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇ ପଡିଛନ୍ତି ।

ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ବାନ୍ତି ଓ ପେଟ ବ୍ୟଥା ହୋଇଥିଲା । ପରେ ସମସ୍ତେ ଛାତ୍ର ଛାତ୍ରୀ ଙ୍କୁ ଚିକିତ୍ସା ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ର ଛାତ୍ରୀ ଅଧିକ ଗୁରୁତର ହୋଇପଡିଥିଲେ । ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନଭୋଜନ ରେ ଭାତ ସହ ଅଣ୍ଡା ତରକାରି ଖାଇବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଦିଆଯାଉଥିଲା । ତେବେ ଭାତରୁ ଦୁର୍ଗନ୍ଧ ବାହାରୁ ଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଥିବା ବେଳେ ଛାତ୍ର ମାନଙ୍କୁ ସେଭଳି ଖାଦ୍ୟ ଦିଆଯାଇନଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ।