ଟାଟା ପାୱାର୍ କମ୍ପାନୀର ଜୋର ଜବରଦସ୍ତ୍ ଟଙ୍କା ଆଦାୟ : ଏମ.ଡି ଙ୍କ ବିରୁଦ୍ଧରେ ଏତାଲା

0
121
ଟାଟା ପାୱାର୍

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୦୧) : ଟାଟା ପାୱାର୍ କମ୍ପାନୀର ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି ଓ ମିଥ୍ୟା କାଗଜପତ୍ର, ବିଲ ଭାଉଚର ତିଆରି କରି, ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରି, ଧମକ ଚମକ ଦେଇ ବେଆଇନ ଭାବେ ପୂର୍ବର ଏରୀୟର ଟଙ୍କା ଆଦାୟ ପ୍ରତିବାଦ ରେ ଆଜି ଖାରୀ ସେକ୍ସନ ଅନ୍ତର୍ଗତ ବଲାଡି, ଡୁଙ୍ଗୁରିପାଲି, କୁଟାସିରା ଇତ୍ୟାଦି ଗ୍ରାମର ଉପଭୋକ୍ତା ତରଭା ଥାନାରେ ୧୮ ଗୋଟି ଏତାଲା ଦେଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ବଲାଡି ଗ୍ରାମର ହରିଜନ ପଡାର ଉପଭୋକ୍ତା ମାନଙ୍କ ବିଜୁଳି କୁ ଆକ୍ରୋଶ ମୂଳକ ଭାବେ କାଟିଦେଇଥିବାରୁ ସେମାନେ ମଧ୍ୟ ଏତାଲା ଦେଇଥିବା ଜଣାପଡିଛି । ସୁବର୍ଣ୍ଣପୁର ଜିଲ୍ଲାରେ ଗରିବ କୃଷକ ଓ ଜନସାଧାରଣଙ୍କ ଉପରେ ଟାଟା ପାୱାର୍ କମ୍ପାନୀ ଓ ତାହାର କର୍ମଚାରୀ ମାନଙ୍କ ଅତ୍ୟାଚାର ବଢିଯାଇଛି । କୌଣସି ଜାଗାରେ କମ୍ପାନୀ ତରଫରୁ ମିଟର ଲଗାଯାଇ ନଥିବା ବେଳେ ହଠାତ ୪୫୦୦୦, ୬୦୦୦୦ ଟଙ୍କା ଲେଖାଏଁ ଏରୀୟର ବିଲ ଦିଆଯାଇଛି ।

ପୁଣି ସମ୍ପୂର୍ଣ୍ଣ ଏରୀୟର ରୁ କମସେ କମ ଅଧା ଟଙ୍କା ଜୋର ଜବରଦସ୍ତ ଦାଦାଗିରି କରି ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ଅନ୍ୟଥା ଖୁମ୍ବରୁ ଲାଇନ କାଟିଦିଆ ଯାଉଛି । ଖାରୀ ସେକ୍ସନ ଅଧୀନରେ ବଲାଡି, କୁଟାସିରା, ନାରାୟଣପୁର ଆଦି ଗ୍ରାମରେ ଶହ ଶହ ଉପଭୋକ୍ତାଙ୍କୁ ଜବରଦସ୍ତ ଟଙ୍କା ମଗାଯାଉଥିବା ପ୍ରକାଶ । ପୁଣି ବଲାଡି ଗ୍ରାମର କ୍ଷୀରୋଦ୍ର ସେଠ, ଈଶ୍ୱର ସାହୁ, ପଞ୍ଚା ବରିହା ଓ ବେଦ ଖଣ୍ଡଗିରି ଆଦି ଅନେକ କୃଷକ ମାନେ ଲିଫ୍ଟ ଇରିଗେସନ ବିଭାଗରୁ ଡିପବୋରୱେଳ ମାନ ଖୋଲିଥିଲେ। କିନ୍ତୁ ୟାଙ୍କର କୂଅରୁ ପାଣି ବାହାରୁନଥିଲା । ଏଣୁ କୂଅହିଁ ନାହିଁ । କିନ୍ତୁ ଟାଟା ପାୱାର୍ ତରଫରୁ ମିଥ୍ୟା କନେକ୍ସନ ଦର୍ଶାଇ ୪୮,୦୦୦ ଟଙ୍କା ରୁ ୫୦,୦୦୦ ଟଙ୍କା ଲେଖାଏ ବିଲ ଆସିଛି ।

ଏଭଳି ଅନ୍ୟାୟ ତୁରନ୍ତ ବନ୍ଦ କରା ନଯିବାରୁ ଆଗାମୀ ଦିନରେ ଟାଟା ପାୱାର ଏମ୍ ଡି ଗଜାନନ ଏସ କାଲେ ଙ୍କ ନାମରେ ଏଫ୍. ଆଇ. ଆର୍ ଦିଆଯାଇଛି ଓ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଏମ୍ ଡି ଗଜାନନ ଏସ କାଲେ ଦାୟୀ ରହିବେ । ତେବେ ଏଥିରେ କେବଳ ବଲାଡି ଗ୍ରାମର ହରିଜନପଡା ର ଲାଇନ ସମ୍ପୂର୍ଣ୍ଣ ଭାବେ ଆକ୍ରୋଶ ମୂଳକ ଭାବରେ କାଟି ଦିଆଯାଇ ଥିବା ସତ୍ୟ ନନ୍ଦ ନାମକ ଜଣେ ଉପଭୋକ୍ତା ଅଭିଯୋଗ କରି କହିଛନ୍ତି । ବର୍ତ୍ତମାନର ବିଲ ଟଙ୍କାକୁ ନେଇ ସମ୍ପୂର୍ଣ୍ଣ ଭାବେ ଏରିଅର ଟଙ୍କାକୁ ଛାଡ କରିବାକୁ ଉକ୍ତ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି ହୋଇଛି ।