ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

0
90
ସରସ୍ୱତୀ ଶିଶୁବିଦ୍ୟା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୩/୧) : ଆଜି ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଗୁଣପୁରରେ ପବିତ୍ର ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଯଥାରୀତି ପାଳନ ହୋଇଯାଇଛି ।WhatsApp Image 2023 01 23 at 19.33.31 ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ପୂର୍ବତନ ଗୁଣପୁର ସଙ୍କୁଳ ପ୍ରମୁଖ ଶ୍ରୀ ମନୋରଂଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସଂକୁଳ ପ୍ରମୁଖ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ବି ଗଜପତି ରାଓ ଓ ସଂପାଦକ ଶ୍ରୀ ସୋମନାଥ ଗୌଡ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ । ବିଦ୍ୟା ମନ୍ଦିର ଇଂରାଜୀ ଶିକ୍ଷକ ଶ୍ରୀ ଗୋପୀନାଥ ଶତପଥୀ ଉପସ୍ଥିତ ରହି ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ଆଚାର୍ଯ୍ୟ ଶ୍ରୀ କରନ କଂସବେହେରା ନେତାଜୀଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।WhatsApp Image 2023 01 23 at 19.33.32 ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ଆଚାର୍ଯ୍ୟ ହେମଲତା ପ୍ରଧାନ ସଂଯୋଜନା କରିଥିଲେ । ଉକ୍ତ ଦିନ ଅପରାହ୍ନ ଘ .୪ .୩୦ ମି ସମୟରେ ପୂର୍ବତନ ଛାତ୍ର ଛାତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଭାପତି ଶ୍ରୀ ବି ଗଜପତି ରାଓ, ସମ୍ପାଦକ ଶ୍ରୀ ସୋମନାଥ ଗୌଡ, ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ ଓ ମାର୍ଗ ଦର୍ଶନ କରିଥିଲେ । ପୂର୍ବତନ ଛାତ୍ର ଛାତ୍ରୀ ମାନେ ନିଜ ନିଜର ଅନୁଭୂତି କଥନ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପରାମର୍ଶ ଦେଇଥିଲେ ।