-5.7 C
Innichen
Saturday, January 28, 2023

ଅଳଙ୍କାର ବ୍ୟବସାୟୀଙ୍କ ଠାରୁ ସୁନା,ରୂପା ଓ ଟଙ୍କା ଲୁଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୪/୦୧) : ଅଳଙ୍କାର ବ୍ୟବସାୟୀଙ୍କ ଠାରୁ ସୁନା, ରୂପା ଓ ଟଙ୍କା ଲୁଟ । ବ୍ୟବସାୟୀ ଜଣଙ୍କୁ ମାଡ ମାରି ଲୁଟି ନେଲେ ଲୁଟେରା ।

ବ୍ୟବସାୟୀ ଜଣଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହୋଇଛି ଲୁଟ । ଘଟଣା ଘଟିଛି ଜଂକିଆ ଥାନା ଅନ୍ତର୍ଗତ ନୂଆ ଜଗନ୍ନାଥ ସଡକ ସିକୋ ବଜାର ନିକଟରେ । ସିକୋ ବଜାରରେ ସୁନା ରୂପା ଅଳଙ୍କାର ଦୋକାନ ଦେଇଥିବା କଲରାଝର ଗ୍ରାମର ରମେଶ ଚନ୍ଦ୍ର ସାହୁ ପ୍ରତିଦିନ ଭଳି ନିଜର ଦୋକାନ ବନ୍ଦ କରି ଘରକୁ ଆସୁଥିବା ବେଳେ ତିନି ଜଣ ଯୁବକ ଏକ କେଟିଆର ମୋଟର ସାଇକେଲ ରେ ଆସି ରମେଶକୁ ରାସ୍ତାରେ ଅଟକାଇ ମାଡମାରି ସୁନା, ରୁପା ଓ ଟଙ୍କା ବ୍ୟାଗକୁ ଛଡାଇ ନେଇ ପଳାଇଥିବା ବେଳେ ରମେଶ ବଡ ପାଟିରେ ପାଟି କରି ଡାକ ପକାଇଥିଲେ ଏବଂ ଛଣଗିରି ର ଜଣେ ଦୋକାନୀ କୁ ଫୋନ ମାଧ୍ୟମରେ ଜଣାଇଦେଲେ ।

ଲୁଟେରା ମାନେ ଛଣଗିରି ପଟକୁ ଯାଉଥିବା ବେଳେ କେତେକ ଯୁବକ ଛଣଗିରି ଠାରେ ଜଗିରହି ଲୁଟେରା ମାନଙ୍କୁ ଅଟକାଇ ବା ପାଇଁ ଚେଷ୍ଟା କରିବାରୁ ଲୁଟେରା ମାନେ ଛଣଗିରି ଶ୍ମଶାନ ନିକଟସ୍ଥ ଏକ ଜଂଗଲ ରାସ୍ତାରେ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ ହେଲେ ଲୋକେ ପହଞ୍ଚି ଯିବାରୁ ଲୁଟେରା ମାନେ ମୋଟର ସାଇକେଲ ଛାଡି ଜଂଗଲ ମଧ୍ୟକୁ ଖସି ଯାଇଥିଲେ । ପରେ ସ୍ଥାନୀୟ ଲୋକେ ଏବଂ ଜଂକିଆ ପୋଲିସ ପହଞ୍ଚି ଜଂଗଲ ମଧ୍ୟରେ ଅନେକ ଖୋଜାଖୋଜି କରି ଲୁଟେରା ମାନଙ୍କ ଟେର ପାଇନଥିଲେ । ଲୁଟେରାଙ୍କ ମାଡରେ ଆହତ ରମେଶ ଚିକିତ୍ସିତ ହୋଇ ଫେରିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ଆଧାର କରି ପୋଲିସ ମୋଟର ସାଇକେଲ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ହେଲେ ଲୁଟେରା ମାନଙ୍କ ଟେର ପାଇ ନାହିଁ ପୋଲିସ ।

Related Articles

Stay Connected

0FansLike
3,684FollowersFollow
20,500SubscribersSubscribe
- Advertisement -spot_img

Latest Articles