ରେଳପଥ ଦାବି ନେଇ ୮୦କିମି ସାଇକେଲ ଶୋଭାଯାତ୍ରା କଲେ ଅବସରପ୍ରାପ୍ତ ଶିକ୍ଷକ

0
196

ରିପୋର୍ଟ : ବଳରାମ ଶବର //
ଗୁଣୁପୁର,(୧୯/୦୮) : ଗୁଣୁପୁର- ଥେରୁବାଲି ରେଳପଥ ଦାବି ନେଇ ଗୁଣୁପୁର ରୁ ୮୦ କିମି ସାଇକଲ୍ ଶୋଭାଯାତ୍ରାରେ ବାହାରିଲେ ଜଣେ ଅବସର ଶିକ୍ଷକଙ୍କ ସହ ୧୫ ଜଣ ଯୁବପିଢି । ଗୁରୁବାର ରାୟଗଡା ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈାଷ୍ଣବ। ଏହି ପରିପେକ୍ଷିରେ ୨୦୨୧୭-୨୦୧୮ ବଜେଟ୍ ରେ ପ୍ରସ୍ତାବିତ ହୋଇଥିବା ଗୁଣୁପୁର-ଥେରୁବାଲି ରେଳପଥ ପ୍ରକଳ୍ପ ।00d03aa9 2546 443f b7bf 41bd09f978d3 1 ରେଳପଥ ଦାବି ନେଇ ୮୦କିମି ସାଇକେଲ ଶୋଭାଯାତ୍ରା କଲେ ଅବସରପ୍ରାପ୍ତ ଶିକ୍ଷକ

ଏହି କାର୍ଯ୍ୟ ତ୍ବରାନ୍ମିତ ବର୍ତମାନ ପର୍ଯ୍ୟନ୍ତ ନ ହୋଇଥିବାରୁ ଆଜି ଗୁଣୁପୁରର ଜଣେ ଅବସର ପାପ୍ତ ଶିକ୍ଷକ ସମେତ ୧୫ ଜଣ ଯୁବପିଢି ରେଳପଥ ଦାବି ନେଇ ୮୦ କିମି ସାଇକଲ୍ ଶୋଭାଯାତ୍ରା କରି ଗୁଣୁପୁର ରୁ ରାୟଗଡା ଅଭିମୁଖେ ବାହାରିଛନ୍ତି । ଗୁଣୁପୁର ତ୍ରିନାଥମନ୍ଦିର ଛକ ଠାରୁ ଏହି ଶୋଭାଯାତ୍ରା ବାହାରିଛି । ସେଠାରେ କାଲି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଗୁଣୁପୁର ଥେରୁବାଲି ରେଳପଥ ଦାବି ସହ ପାଞ୍ଚ ଦଫା ସମ୍ବଳିତ ଦାବି ପ୍ରଦାନ କରିବେ । ଗୁଣୁପରୁ ରେଳ ବିକାଶ ମଞ୍ଚ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯିବ ।

ଏହାର ନେତୃତ୍ବ ନେଇଛନ୍ତି ଅବସରପ୍ରପ୍ତ ଶିକ୍ଷକ ଜଗଦୀଶ ଚନ୍ଦ୍ର ସାହୁ ଓ ରାଧାକୃଷ୍ଣ ପ୍ରଧାନ । ଏହି ଗୁଣୁପୁର ରୁ ରାୟଗଡା ଅଭିମୁଖେ ଯାଉଥିବା ଯୁବପିଢି ମଧ୍ୟରେ ମନୋରଂଞ୍ଜନ ଗଉଡ,କେ କିରନ କୁମାର ,କେ ଜଗଦୀଶ,ପ୍ରଦିପ କୁମାର ନାୟକ,ବୃନ୍ଦାବନ ଶବର,ଉମା ଶଂଙ୍କର ପ୍ରଧାନ,ଶ୍ରିତମ ଶବର,ସତ୍ୟ ନାରାୟଣ ମିଶ୍ର,ଭାସ୍କର ଶବର,ଏପଲ ଶବର,ଶୁରେଶ ଶବର,ନବିନ ଶବର ପ୍ରମୁଖ ରହିଛନ୍ତି।ଏହାକୁ ଶୁଭଉଦ୍ଘାନ କରିଛନ୍ତି ଅବସର ଆର୍ମୀ ଶୁଭେଦାର୍ ସବୁଜ ଫତ |