ମହୁମାଛି ଆକ୍ରମଣ ସିଆରସିସି ଓ ଛାତ୍ରୀ

0
144
ମହୁମାଛି

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨/୨) : ହରଭଙ୍ଗା ବ୍ଲକ ବଡ଼ବନ୍ଧ କନ୍ୟାଶ୍ରମ ରେ ମହୁମାଛି ଆକ୍ରମଣ ରେ ଜଣେ ଶିକ୍ଷକ ଙ୍କ ସମେତ ୬ ଜଣ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ସୂଚନା ମତେ ଗୁରୁବାର ଦିନ ଲୁଣିବାହାଲ ସି ଆର ସି ସି ସତ୍ୟ ନାୟକ ଆଶ୍ରମ କୁ ମନିଟରିଙ୍ଗ ଯାଇ ଫେରୁଥିବା ସମୟ ରେ ନିକଟସ୍ତ ଆମ୍ବ ଗଛ ରୁ ଦଳେ ମହୁମାଛି ଉଡି ଆସି ଆକ୍ରମଣ କରିଥିଲେ । ଫଳରେ ଶିକ୍ଷକ ସତ୍ୟ ନାୟକ ଙ୍କ ସମେତ କନ୍ୟାଶ୍ରମ ର ୬ ଜଣ ଛାତ୍ରୀ ଆହତ ହୋଇ ଥିଲେ । ତୁରନ୍ତ ସମସ୍ତଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା ପରେ ବିଦ୍ୟାଳୟ କୁ ପଠାଇ ଦେଇଥିବା ଜଣା ପଡିଛି ଘଟଣା ରେ ସମସ୍ତେ ସାମାନ୍ୟ ଆହତ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଅଲିଭା ଦାସ ଙ୍କ ଠୁ ସୂଚନା ମିଳିଛି ।