ପାପକ୍ଷୟ ଲୋକ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା

0
104
ପାପକ୍ଷୟ ଲୋକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , ( ୦୨/୦୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ଲୋକ ମହୋତ୍ସବ ଆଜି ଦ୍ୱିତୀୟ ସନ୍ଧ୍ୟା ରେ ସଭାପତି ସୁଧାଂଶୁ ଶେଖର ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ।WhatsApp Image 2023 02 03 at 09.52.14 ପାପକ୍ଷୟ ଲୋକ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା

ପାପକ୍ଷୟ ଲୋକ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ସମ୍ମାନିତ ଅତିଥି ଭାବେ ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦ, ସ୍ୱର୍ଗତ ଅଟଳ ବିହାରୀ ପଣ୍ଡା ଙ୍କ ସୁପୁତ୍ର ଅଶ୍ୱିନୀ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ପାପକ୍ଷୟ ଲୋକମହୋତ୍ସବ ର ମହତ୍ୱ ସଂସ୍କୃତି, କଳା, ବିଷୟରେ ଆଲୋକପାତ କରିଥିଲେ । ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ମାନସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।WhatsApp Image 2023 02 03 at 09.52.14 1 ପାପକ୍ଷୟ ଲୋକ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା

ଆଜି ପାପକ୍ଷୟ ସମ୍ମାନ ରେ ପ୍ରତ୍ୟୁଷ ପ୍ରଦ୍ୟୁମ୍ନ ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯାଇଥିଲା । ଦ୍ୱାରିକାନାଥ ସାହୁ ସମ୍ମାନ ପତ୍ର ପଠନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପଞ୍ଚମ ବଲାଙ୍ଗୀର, ନାଟରାଜ କଲାପରିଷଦ ସମ୍ବଲପୁର, ଲୋକଗୀତ ଶିବାନନ୍ଦ ତ୍ରିପାଠୀ, ବଲାଙ୍ଗୀର, ନୁରୁ ବେଗମ ସୋନପୁର, ଦୁଷ୍ମନ୍ତ ସୁନା ବରଗଡ ଙ୍କ ସମେତ ୫୫ ରୁ ଅଧିକ କଳାକାର ତାଙ୍କର ନୃତ୍ୟ କଳା ପରିଦର୍ଶନ କରିଥିଲେ ।