ଗାଡି ଧକ୍କାରେ ୨ ଗୁରୁତର

0
89
ଗାଡି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୧/୦୨) : ଦୁଇଟି ଗାଡି ମୁହାଁମୁହିଁ ଧକ୍କା । ଯାହା ଫଳରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି ।ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜାତୀୟ ରାଜପଥ ୨୬ ନମ୍ବର ନିକଟରେ ଥିବା ଓଭର ବ୍ରିଜରେ ଦୁଇ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା ।

୨ ଯୁବକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତି ହୋଇଛନ୍ତି । ଟାଟାଏସି ଓ ୪୦୭ ଗାଡି ଟି ଦ୍ରୁତଗତିରେ ଆସୁଥିବା ବେଳେ ଦୁହେଁ ମୁହାଁମୁହିଁ ହୋଇଥିଲେ । ଫଳରେ ଟାଟାଏସିରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ଯୁବକ ମାନେ ହେଲେ କେସିଙ୍ଗା ଥାନା ସଂଜୟ ଦୁବେ (40) ଓ ଭଗବାନ ନାଏକ (29) ବୋଲି ଜଣାପଡିଛି । ସ୍ଥାନୀୟ ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କରିଥିଲେ । ହେଲେ ଦୁଇ ଯୁବକଙ୍କ ଅତି ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ସ୍ଥାନାସ୍ତର କରାଯାଇଛି । ଗାଡିକୁ ପୁଲିସ ଜବତ କରିବା ସହ ଘଟଣା ସମ୍ପର୍କରେ ମାମଲା ରୁଜ୍ଜୁ କରିଛି ।