ସ୍ୱର୍ଗତ ସାମ୍ବାଦିକ ସତ୍ୟ ନାରାୟଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି

0
127
ସ୍ୱର୍ଗତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୦/୨) : ସ୍ଥାନୀୟ ବଂଶଧାରା ପାଠାଗାର ପରିସରରେ ସ୍ୱର୍ଗତ ସାମ୍ବାଦିକ ସତ୍ୟ ନାରାୟଣ ଚୌଧୁରୀ (ମିଟୁ) ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।WhatsApp Image 2023 02 11 at 12.30.06 2 ସ୍ୱର୍ଗତ ସାମ୍ବାଦିକ ସତ୍ୟ ନାରାୟଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି

ତାଙ୍କର ୩ୟ ବାର୍ଷିକ ଶ୍ରାଦ୍ଧ ଅବସରର ଉପଲକ୍ଷେ ଆୟୋଜିତ ଏକ ସମାବେଶରେ ବରିଷ୍ଠ ସାମ୍ବାଦିକ ତଥା ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ସଭାପତି କବି ପ୍ରଶାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ । ପ୍ରେସ୍ କ୍ଲବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର, ସମ୍ପାଦକ ରାଜେଶ ମିଶାଲ, ଉପ ସଭାପତି ରାଜେଶ ପଟ୍ଟନାୟକ, ଶିକ୍ଷକ ଜଗଦୀଶ ପାତ୍ର, କିଶୋର ଜେନା, ବୁଦ୍ଧିଜୀବୀ ରବୀନ୍ଦ୍ର ନାଥ ମଲ୍ଲିକ ପ୍ରମୁଖ ସ୍ୱର୍ଗତ ଚୌଧୁରୀଙ୍କ ସ୍ମୃତିଚାରଣ କରିବା ସଂଗେ ସଂଗେ ସେ ଜଣେ ଭଲ ମଣିଷ ଓ ନିଷ୍ଠାପର ସାମ୍ବାଦିକ ଥିଲେ ବୋଲି ମତ ଦେଇଥିଲେ । ସଭାପତୀୟ ଅଭିଭାଷଣରେ ଶ୍ରୀ ମିଶ୍ର କହିଥିଲେ ଯେ, ଅପ୍ରୀତିକର ପରସ୍ଥିତିର ସମ୍ମୁଖୀନ ହେବା ସତ୍ତ୍ୱେ ସତ୍ୟ-ଆଧାରିତ ସମ୍ବାଦ ପରିବେଷଣ ପାଇଁ ଯେଉଁ ନିର୍ଭୀକତା ଆବଶ୍ୟକ ତାହା ସତ୍ୟ ନାରାୟଣଙ୍କ ନିକଟରେ ଥିଲା ।

କର୍କଟ-ପୀଡିତ ହୋଇ ଜଣେ କାର୍ଯ୍ୟରତ ସାମ୍ବାଦିକ ଭାବେ ସେ ମୃତ୍ୟୁ ବରଣ କରିଥିଲେ ବି ତାଙ୍କୁ ଏଯାବତ କୌଣସି ସରକାରୀ ସହାୟତା ମିଳି ନଥିବାକୁ ନେଇ ଆଲୋଚନା ହୋଇଥିଲା ସମାବେଶରେ । ଏଥିପାଇଁ ସମୂହ ଉଦ୍ୟମର ଆବଶ୍ୟକତା ଉପରେ ପ୍ରେସ କ୍ଲବ ସମ୍ପାଦକ ମିଶାଲ ଗୁରୁତ୍ୱ ଦେଇଥିଲେ ।ସ୍ୱର୍ଗତ ଚୌଧୁରୀଙ୍କ ଏକମାତ୍ର କନ୍ୟା ଅଂଶୁଲଗ୍ନା ଉପସ୍ଥିତ ଥିଲେ । ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନଟ ନୀରବ ପ୍ରାର୍ଥନା କରା ଯାଇଥିଲା ସଭାରେ । ଶେଷରେ ସାମ୍ବାଦିକ ମନୋଜ କୁମାର ଚୌଧୁରୀ (ଟୁନା) ଧନ୍ୟବାଦ ଦେଇଥିଲେ ।