ରାଷ୍ଟ୍ରୀୟ ବାଳ ବିକାଶ (ଆୟୁଷ) ଡାକ୍ତରଙ୍କ ସମୂହ ଛୁଟି

0
470
ରାଷ୍ଟ୍ରୀୟ ବାଳ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୨) : ରାଜ୍ୟ ରାଷ୍ଟ୍ରୀୟ ବାଳ ବିକାଶ ଯୋଜନା ରେ କାର୍ଯ୍ୟରତ ଆୟୁଷ ଡାକ୍ତର ମାନେ ସମୂହ ଛୁଟି ରେ ଚାଲି ଯାଇଥିବା ଜଣା ଯାଇଛି ।

ସୂତ୍ରରେ ଜଣା ପଡିଛିକି କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ୩ ଜଣ ଡାକ୍ତର ଶ୍ରୀ ବେଦବବିକାଶ, ଶ୍ରୀ ଅର୍ଣ୍ଣ ପୂର୍ଣା ଓ ଶ୍ରୀ ହିମାଂଶୁ ପାଢ଼ୀ, କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଦୁର୍ଗା ମାଧବ ପଣ୍ଡା ଙ୍କୁ ଦାବୀ ପତ୍ର ଦେଇ ରାଷ୍ଟ୍ରୀୟ ବାଳ ବିକାଶ ଯୋଜନା ରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ସମୂହ ଛୁଟି । ସେମାନଙ୍କୁ ସରକାର ସ୍ଥାୟୀ ନିଯୁକ୍ତି ନ କରିବା ଯାଏଁ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି । ଏହା ଦ୍ୱାରା ବିଭିନ୍ନ ବିଦ୍ୟାଳୟ ରେ ଏହି ଡାକ୍ତର ମାନେ ବାଳକ ଓ ବାଳିକା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ବାଧା ପ୍ରାପ୍ତ ହେବ ବୋଲି ଅଭିଭାବକ ମାନେ ମତ ପ୍ରକାଶ କରିଛନ୍ତି ।