ଲକ୍ଷାଧିକଟଙ୍କା ର ବ୍ରାଉନସୁଗାର ଜବତ

0
109
ଲକ୍ଷାଧିକଟଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୦୧/୦୩) : ଖୋର୍ଦ୍ଧା ଟାଉନ୍ ଅଞ୍ଚଳରେ ଥିବା ବ୍ରାଉନସୁଗାର ବେପାରୀଙ୍କୁ ସାବାଡ୍ କରିବା ପାଇଁ ଖୋର୍ଦ୍ଧା ପୋଲିସ୍ ଚଢାଉ ଜୋରଦାର କରୁଛି । ଲକ୍ଷାଧିକଟଙ୍କା ର ବ୍ରାଉନସୁଗାର ଜବତ ।

ଫଳରେ ଧଳା ଜହର ମାଫିଆ ମାନେ ଖୋର୍ଦ୍ଧା ସହର ଛାଡି ଗାଁ ଗହଳି ଅଞ୍ଚଳରେ ବେପାର କରିବାକୁ ଧାଇଁ ଆସୁଛନ୍ତି । ଗତ କାଲି ଦୁଇ ଜଣ ଧଳା ଜହର ବେପାରୀ ମଙ୍ଗଳା ଯୋଡି ରାସ୍ତା ସାଇ ମନ୍ଦିର ନିକଟରେ ପସରା ମେଲାଇଥିବା ନେଇ ଖବର ପାଇଥିଲା ଟାଙ୍ଗୀ ପୋଲିସ । ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ଥାନା ଆଇଆଇସି ସଦଳବଳ ଚଢାଉ କରିଥିଲେ ସାଇ ମନ୍ଦିର ନିକଟରେ । ଟାଙ୍ଗୀ ପୋଲିସ୍ ଚଢାଉ କରି ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୧୮ ଗ୍ରାମ୍ ଧଳାଜହର ଜବତ କରିବାରେ ସକ୍ଷମ ହୋଇଥିଲା ପୋଲିସ । ଜବତ ଧଳା ଜହର ମୁଲ୍ୟ ଲକ୍ଷାଧିକଟଙ୍କା ହେବ ବୋଲି ଜଣା ପଡିଛି । ଗିରଫ ବ୍ରାଉନସୁଗାର ବେପାରୀ ଦ୍ୱୟ ହେଲେ ନାଚୁଣୀ ହରିପୁର ଅଞ୍ଚଳର ଦୀପକ ଭାରିମଲ୍ଲ ଓରଫ ପପୁ ଏବଂ ଖୋର୍ଦ୍ଧା କୋର୍ଟ ଛକ ଅଞ୍ଚଳର ରବିଚନ୍ଦ୍ର ବରାଳ ।