ଡ୍ରାଇଭରକୁ ନିସ୍ତୁକ ମାଡମାରି ନେଇଗଲେ ପିକ୍‌ଅପ୍‌ ଭ୍ୟାନ

0
88
ନେଇଗଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର,(୦୬/୦୩) : ସମ୍ବଲପୁର ରେଙ୍ଗାଲୀରେ ଲୁଟେରାଙ୍କ ଆତଙ୍କ ରାଜ । ଡ୍ରାଇଭରକୁ ନିସ୍ତୁକ ମାଡମାରି ନେଇଗଲେ ପିକ୍‌ଅପ୍‌ ଭ୍ୟାନ ।

ଏହା ସହ ଭ୍ୟାନ୍‌ରେ ଥିବା ରଙ୍ଗ ଡବା ମଧ୍ୟ ଲୁଟିନେଇଥିବା ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ ରେଙ୍ଗାଲିକୁ ଏକ ରଙ୍ଗ ବୋଝେଇ ଗାଡି ଡେଲିଭେରି ଦେବାକୁ ଆସିଥିଲା । କିନ୍ତୁ ରାତି ୧୨ଟା ସମୟରେ ଦୁଇ ଲୁଟେରା ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରି ଗାଡିକୁ ଲୁଟିନେଇଛନ୍ତି । ରେଙ୍ଗାଲିରେ ବିଭିନ୍ନ ସମୟରେ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳୁଛି ।