ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ତରଫ ରୁ ଯୁବ ଉତ୍ସବ ପାଳନ

0
81
ନେହେରୁ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୧୨/୩) : ଭାରତ ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ର ଯୁବ ସଂଯୋଜକ ଶ୍ରୀ ପ୍ରସନ୍ନ ମେହେର ଙ୍କ ଅଧ୍ୟକ୍ଷତା ରେ ଆଜି କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ସଭା ଗୃହ ଠାରେ ଯୁବ ଉତ୍ସବ ପାଳିତ ହୋଇ ଯାଇଛି ।WhatsApp Image 2023 03 12 at 21.30.39 ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ତରଫ ରୁ ଯୁବ ଉତ୍ସବ ପାଳନ

ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଶ୍ରୀଯୁକ୍ତ ପଟାୟତ ସାହୁ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ଯୁବକ ମାନଙ୍କର ଭୂମିକା ଏବଂ ଦେଶ ପାଇଁ ନିଜର ଯୋଗଦାନ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ l ମୁଖ୍ୟ ବକ୍ତା ଭାବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ରେଜିଷ୍ଟାର ଶ୍ରୀ ପିତାମ୍ବର ଭୋଇ, ଅତିଥି ଭାବରେ ମେଜର ଶ୍ରୀ ଜୟଦେବ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ବିଶିଷ୍ଟ ଲେଖିକା ତଥା ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀମତୀ ପଲିଶ୍ରୀ ପଟ୍ଟନାୟକ, କ୍ଷେତ୍ର ପ୍ରଚାର ଅଧିକାରୀ ଶ୍ରୀ ବିଷ୍ଣୁ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ଯୁବ ଉତ୍ସବ ବିଷୟରେ ଅଭିଭାଷଣ ରଖିଥିଲେ। ନେହେରୁ ଯୁବକେନ୍ଦ୍ର ସଂଗଠନ ର ଲେଖାପାଳ ଶ୍ରୀ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ ।

ପଦ୍ମଶ୍ରୀ ଶ୍ରୀ ପଟାୟତ ସାହୁ ଙ୍କୁ ମାନପତ୍ର, ଉପ ଢୌକନ ଦେଇ ନେହେରୁ ଯୁବକେନ୍ଦ୍ର ସଙ୍ଗଠନ ପକ୍ଷରୁ ସମ୍ମାନିତ କରାଯାଇ ଥିଲା । ଏହି ଉତ୍ସବ ରେ ୫ ଟି ବିଭାଗ ରେ ପ୍ରତିଯୋଗିତା ଅନୁଷ୍ଠିତ ହେଲା ଏବଂ ବିଜେତା ମାନେ ରାଜ୍ୟସ୍ତର ଓ ରାଜ୍ୟ ରେ ବିଜେତା ମାନେ ଜାତୀୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବେ ବୋଲି ଯୁବ ଅଧିକାରୀ ସମସ୍ତ ଙ୍କୁ ସୂଚନା ଦେଇଥିଲେ । ବିଭିନ୍ନ ବିଭାଗ ଯଥା ପୋଏଟ୍ରି ରେ ମାନସ୍ବିନୀ ଛତ୍ରିଆ, ପେଣ୍ଟିଙ୍ଗ ରେ ରୁକ୍ତା ମାଝୀ, ଫୋଟୋ ଗ୍ରାଫି ରେ ସୌମ୍ୟ ରଞ୍ଜନ ସରଙ୍ଗୀ, ଦୀକ୍ଲାମେଶନ ରେ ଶୁଭଲଷ୍ମୀ ଦାସ ପ୍ରମୁଖ ବିଜେତା ହୋଇଥିଲେ । ଏହି ପ୍ରତିଯୋଗିତା ରେ ୩ ଶହ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୫ ସହ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଯୋଗଦାନ ଦେଇଥିଲେ ।

ସେହି ମାନଙ୍କୁ ଆର୍ଥିକ ପୁରସ୍କାର, ସାର୍ଟିଫିକେଟ ଦେଇ ଅତିଥି ମାନେ ପୁରସ୍କୃତ କରିଥିଲେ l ପରେ ଦ୍ୱିତୀୟ ଅଧିବେଶନ ରେ ରଙ୍ଗାରଙ୍ଗ ସାଂକ୍ରୁ ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବରେ ୬୪ ବାଟାଲିୟନ କମାଣ୍ଡେଣ୍ଟ ସି. ଆର.ପି. ଏଫ ଶ୍ରୀ ପଙ୍କଜ ଚୌଧୁରୀ ଯୋଗଦେଇ ସାଂସ୍କୃତିକ ଦଳ ମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାର ୧୩ ଟି ବ୍ଲକ ରୁ ୧୧ ଟି ସଂସ୍କୃତିକ ଦଳ ଯୋଗଦେଇଥିଲେ । ଶେଷରେ ଲେଖାପାଳ ଦୂତିଆ ବନଛୋର ସମସ୍ତ ଙ୍କୁ ଧନ୍ୟବାଦ ଜଣେଇଥିଲେ ।