କେନାଲ ପାଣି ଯୋଗାଣ ନେଇ ଚାଷୀଙ୍କ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0
92
କେନାଲ ପାଣି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୦୩) : ହୀରାକୁଦ ଜଳଭଣ୍ଡାର କେନାଲ ପାଣି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳକୁ ପହଞ୍ଚି ପାରୁ ନ ଥିବାରୁ ଆଜି ପୁଣି ଶ୍ରୀ ଗଣେଶ ଆଞ୍ଚଳିକ କୃଷକ ସଂଘ ଓ ଅଞ୍ଚଲର ଚାଷୀ ବିନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।WhatsApp Image 2023 03 14 at 10.59.27 1 କେନାଲ ପାଣି ଯୋଗାଣ ନେଇ ଚାଷୀଙ୍କ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଲର ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ନାରାବାଜି ଦେଇଛନ୍ତି । ଶ୍ରୀ ଗଣେଶ ଆଞ୍ଚଳିକ କୃଷକ ସଂଘ ପକ୍ଷରୁ ତଳିଆ ଅଞ୍ଚଳକୁ ତୁରନ୍ତ କେନାଲ ପାଣି ଯୋଗାଇ ଦେବାପାଇଁ ଗତ ୯ ତାରିଖରେ ବିନିକା ତହସିଲଦାର ଙ୍କ ଜରୀଆରେ ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବୀପତ୍ର କରିବା ପରେ କେନାଲରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛଡାଯାଇଥିଲା । ହେଳେ ତଳିଆ ଅଞ୍ଚଳକୁ ଚାଷୀ ପାଇଁ ଯେଉଁ ଭାବରେ ପାଣି ଦରକାର ସେହି ଭଳି ଭାବରେ କେନାଲରେ ପାଣି ଆସୁ ନାହିଁ । ବର୍ତ୍ତମାନ ଚାଷ କାର୍ଯ୍ୟ ବିଳମ୍ୱ ହେବା ସାଙ୍ଗକୁ ଚାଷ ଜମି ଗୁଡ଼ିକ ଫାଟି ଆଁ କଲାଣି । ଯେଉଁଥି ପାଇଁ ଚାଷୀ ପାଇଁ ଚାଷ କରିବାରେ ଚିନ୍ତା ହୋଇପଡିଛି । କେନାଲ ପାଣି କୁ ନେଇ ବାରମ୍ବାର ଦାବୀ କରିବା ସହିତ ଦାବୀପତ୍ର ମଧ୍ୟ ବହୁ ସମୟ ଦେବାପରେ କୌଣସି ସମାଧାନ ନହେବାରୁ ଆଜି ପୁଣି ବାଧ୍ୟ ହୋଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସଂଗଠନ ଓ ଚାଷୀ ମାନେ ବିକ୍ଷୋବ ପ୍ରଦର୍ଶନ କରିଛନ୍ତି ।

ଘଟଣା ସ୍ଥଳରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ପୁଲିସ ଫୋର୍ସ ମଧ୍ଯ ମୁତୟନ ହୋଇଥିଲେ। ଧାରଣା ଚାଲିଥିବା ବେଳେ ସ୍ଥାନୀୟ ତହସିଲଦାର,କେନାଲ ବିଭାଗ କର୍ତୁପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଧାରଣାରତ ଚାଷୀ ଙ୍କ ସହିତ ଆଲୋଚନା କରି କେନାଲରେ ପର୍ଯ୍ୟାପ୍ତ ପରିମାଣ ଓ ଶୁଖିଲା ପଡିଥିବା ଚୌକି ଯୋର୍ ରେ ଭରପୁର ପାଣି ଛଡାଯିବ ବୋଲି ନିର୍ଭର ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅନ୍ୟ ପକ୍ଷରେ ଯଦି ପର୍ଯ୍ୟାପ୍ତ ପରିମାଣର ପାଣି ନାଆସେ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।