ଜିଲ୍ଲାସ୍ତରୀୟ ଏନ୍ ଜି ଓ ମାନଙ୍କ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ

0
98
ଜିଲ୍ଲାସ୍ତରୀୟ ଏନ୍ ଜି ଓ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୫/୦୩) : ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଲିମ ଗୃହ ଠାରେ ନାବାର୍ଡ ସହାୟତାରେ ବୌଦ୍ଧ ଜିଲ୍ଲା ର ସ୍ୱେଚ୍ଛାସେବୀ ସଂସ୍ଥା ଓ କୃଷକ ଉତ୍ପାଦକ କମ୍ପାନୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଏନ୍ ଜି ଓ ମାନଙ୍କ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲାସ୍ତରୀୟ ଏନ୍ ଜି ଓ ମାନଙ୍କ ଦକ୍ଷତା ବିକାଶ ତାଲିମ ଶିବିର ରେ ନାବାର୍ଡ ବୌଦ୍ଧ ଜିଲ୍ଲା ଡି ଡି ଏମ୍ ତାପସ ଶଙ୍କର ରାଉତ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ବିଭାଗୀୟ ଅଧିକାରୀ ଯଥା ଏଲ୍ ଡି ଏମ୍ ରବୀନ୍ଦ୍ର କୁମାର ସେଠୀ, ଏ ଡି ଏଚ ଯୋଗେନ୍ଦ୍ର ନାରାୟଣ ଦାଶ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପ୍ସା ପଟ୍ଟନାୟକ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ତପନ କୁମାର ଦାଶ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ର ଅଗ୍ରଣୀ ଏନ୍ ଜି ଓ ଯଥା ୱାଇ ସି ଡି ଏ, ସୁରଭି, ପଲ୍ଲୀ ସେବା ସଂସଦ, ଗ୍ରାମ୍ୟ ବିକାଶ ପରିଷଦ, ପିସପୂଲ ସୋସାଇଟି, ଆଶାସ୍ରୋ ର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ କୃଷକ ଉତ୍ପାଦକ କମ୍ପାନୀ ର ସି ଇ ଓ, ଓ ସଦସ୍ୟ/ସଦସ୍ୟା ଯୋଗଦାନ କରିଥିଲେ । ତାଲିମ ଆୟୋଜନରେ ସଂଯୋଜନା, ବୌଦ୍ଧ ର ସମ୍ପାଦକ ଉମେଶ କର୍ଣ୍ଣ ସହାୟତା କରିଥିଲେ ।