ଜଲାପୁଟ ଜଳ ଭଣ୍ଡାର ରେ ଭାସମାନ ଶବ ଅବସ୍ଥା ରେ ଥିବା ଅଗ୍ନିଶମ ବିଭାଗ ଦ୍ଵାରା ଶବ ଉଦ୍ଧାର

0
142
ଜଲାପୁଟ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୦୩/୦୪) : କୋରାପୁଟ ଜିଲ୍ଲା ଜଲାପୁଟ ଜଳ ଭଣ୍ଡାର ମଧ୍ୟରେ ଭାସମାନ ଅବସ୍ଥା ରହିଥିବା ଶବ କୁ ଉଦ୍ଧାର କରିଛି ପାଡ଼ୁଆ ପୁଲିସ ।WhatsApp Image 2023 04 03 at 08.34.01 ଜଲାପୁଟ ଜଳ ଭଣ୍ଡାର ରେ ଭାସମାନ ଶବ ଅବସ୍ଥା ରେ ଥିବା ଅଗ୍ନିଶମ ବିଭାଗ ଦ୍ଵାରା ଶବ ଉଦ୍ଧାର

ଶବ ଉଦ୍ଧାର ପରେ ସ୍ଥାନୀୟ ଲୋକ ଙ୍କ ଦ୍ଵାରା ଶବ ଚିହ୍ନଟ କରିଛି ପାଡ଼ୁଆ ପୁଲିସ ସୂଚିତ ଯେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡ଼ୁଆ ଥାନା ଅଧିନସ୍ଥ ଅତଣ୍ଡା ଗ୍ରାମ ପଞ୍ଚାୟତ ର ପାଙ୍ଗି ପୁଟ ଓ ମାରି ପୁଟ ମଧ୍ୟରେ ରହିଥିବ କାକୁଆ ବେଡ । ଜଲାପୁଟ ନଦୀ ଘାଟ ରେ ଭାସ ମାନ ଅବସ୍ଥାରେ ରହିଥିବା ଶବଏବଂ ନଦୀ କୂଳ ରେ ବ୍ୟକ୍ତି ଗାମୁଛା ଦେଖି ରବିବାର ସନ୍ଧ୍ୟା ରେ ପା ଡ଼ୁଆ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପାଡ଼ୁଆ ଥାନା ଏସ ଆଇ ହୃଷୀକେଶ ବେନିଆ ଏକ ଟିମ୍ ନେଇ ଘଟଣା ସ୍ଥଳକୁ ପହଞ୍ଚିବା ପରେ ନନ୍ଦପୁର ଅଗ୍ନିଶମ ବିଭାଗ ଙ୍କୁ ଖବର ଦେବା ପରେ ତୁରନ୍ତ ଅଗ୍ନିଶମ ବିଭାଗ କାକୁଆ ବେଡା ପହଞ୍ଚି ଶବ ଉଦ୍ଧାର କରିଥିଲେ । ଶବ ଉଦ୍ଧାର ପରେ ସ୍ଥାନୀୟ ଲୋକ ଙ୍କ ଦ୍ଵାରା ଉଦ୍ଧାର ଶବ କୁ ଚିହ୍ନଟ କରିଥିଲେ ମାରିଗ୍ରାମ ବାସୀ । ବ୍ୟକ୍ତି ଜଣକ ବିଳା ପୁଟ ଗ୍ରାମପଞ୍ଚାୟତ ରେ ବୁରୁଦି ପୁଟ ଗ୍ରାମର ନୀଳାମ୍ବର ଖିଲ ବୋଲି ଜଣାପଡିଛି । ଶବ ଚିହ୍ନଟ ପାରେ ପୁଲିସ ପରିବାର ଲୋକ ଙ୍କୁ ଖବର ଦେଇଥିବା ଜଣାପଡିଛି । ତେବେ କାହିକି ଓ କେମିତି ନୀଳାମ୍ବର ନଦୀରେ ବୁଡ଼ି ମୃତ୍ୟୁ ହୋଇଛି ଅସ୍ଫଷ୍ଟ ରହିଥିବା ବେଳେ ଆଜି ଘଟଣା କୁ ନେଇ ହତ୍ୟା ସନ୍ଦେହ କରାଯାଉଛି ।