ରାଇକିଆରେ ବ୍ଲକ ସ୍ତରୀୟ ଉତ୍କଳ ଦିବସ ପାଳନ

0
102
ରାଇକିଆରେ ବ୍ଲକ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୩/୦୪) : କନ୍ଧମାଳ ଜିଲ୍ଲା ରାଇକିଆ ନାଗରିକ ମଞ୍ଚ କାର୍ଯ୍ୟାଳୟ ପରିସରରେ ରାଇକିଆରେ ବ୍ଲକ ସ୍ତରୀୟ ଉତ୍କଳ ଦିବସ ପାଳନ ହୋଇଯାଇଅଛି ।

ରାଇକିଆରେ ବ୍ଲକ ସ୍ତରୀୟ ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟାପକ ଶ୍ରୀଧର ଦାସ ମୁଖ୍ୟ ଅତିଥି ଓ ରାଇକିଆ ସରକାରୀ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଉତ୍କଳ ଦିବସ ସମ୍ବଦ୍ଧିୟ ଇତିହାସ, ଓଡିଶା ମାଟିର ବରପୁତ୍ରମାନଙ୍କ ବଳିଦାନ ବିଷୟରେ ବିବରଣୀ ବ୍ୟାଖ୍ୟା କରିବା ସହ ଓଡିଆ ଭାଷାକୁ ସୁଦୃଢ କରିବାରେ ପ୍ରତ୍ୟେକ ଓଡିଆଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିବା କଥା ଉପସ୍ଥିତ ଜନସାଧାରଣକୁ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଇକିଆ ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ନିଥାଏଲ ନାୟକ ଏବଂ ବେରେଡାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ ଯୋଗ ଦେଇଥିଲେ । ସର୍ବପ୍ରଥମେ ମୁଖ୍ୟ ଅତିଥି ଓ ସଂମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରଯାଇଥିଲା । ପରେ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ କରଯାଇଥିଲା । ମଞ୍ଚର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବରିଷ୍ଠ ଉପଦେଷ୍ଟା ନଳିନୀ ନାୟକ ସୂଚନା ଦେଇଥିଲେ । ସହ ସମ୍ପାଦକ ଜୟାନନ୍ଦ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଶେଷରେ ରାଜକିଶୋର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ ।