ବାଲିଯୋରୀ ୟୁ. ଜି. ଏମ. ଇ. ସ୍କୁଲ ରେ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
79
ବାଲିଯୋରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୬/୬) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ ର ବାଲିଯୋରୀ ୟୁ. ଜି. ଏମ. ଇ. ସ୍କୁଲ ରେ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଉଦ୍ଧବ ମହାଲିକ ଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ର ଛାତ୍ରୀ ମାନେ ମୁରୁଜରେ ଚିତ୍ର ଆଙ୍କି କଳସ ସ୍ଥାପନ ସହିତ ତୋରଣ କରିଥିଲେ । ବିଦ୍ୟାଳୟ ର ସହକାରୀ ଶିକ୍ଷକ ସମ୍ବିତ କୁମାର ପ୍ରଧାନ, ସୁରେଶ ନାଏକ, ନରେନ୍ଦ୍ର ମହାଲିକ ଓ ଶିକ୍ଷୟିତ୍ରୀ ଶକୁନ୍ତଳା ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦନା ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ତରଫରୁ ପୁସ୍ତକ ଏବଂ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା । ଏହି ଭଳି ବାଲିଯୋରୀ ୟୁ. ଜି. ଏମ. ଇ. ସ୍କୁଲ ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ନେଇ ନବାଗତ ଛାତ୍ର ଛାତ୍ରୀ ତଥା ଅଭିଭାବକଗଣ ଖୁସି ଅନୁଭବ କରିଥିବା ଦେଖିବାକୁ ମିଳିଥିଲା ।