ମାଲେଶ୍ରୀ’ ର ଉଦଯାପନୀ ସଂନ୍ଧ୍ୟା

0
139
ମାଲେଶ୍ରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୮/୦୪) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଉପଖଣ୍ଡସ୍ତରୀୟ ଅଷ୍ଟମ ଲୋକମହୋତ୍ସବ ‘ମାଲେଶ୍ରୀ-୨୦୨୩’ର ଉଦଯାପନୀ ସନ୍ଧ୍ୟା ।WhatsApp Image 2023 04 08 at 08.43.28 ମାଲେଶ୍ରୀ' ର ଉଦଯାପନୀ ସଂନ୍ଧ୍ୟା

ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର ମାଲେଶ୍ରୀ’ ର ଉଦଯାପନୀ ସଂନ୍ଧ୍ୟା ର ମୁଖ୍ୟ ଅତିଥି ଭାବେ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ଜୋ ୧ ଜିଲ୍ଲାପରିଷଦ ସଭ୍ୟ ଲବକୁମାର ସାହୁ, ଉଲୁଣ୍ଡା ଜିଲ୍ଲାପରିଷଦ ୧ ସଭ୍ୟା ବିଜୟଲକ୍ଷ୍ମି ତରାଇ, ବୀରମହାରାଜପୁର ଉପଖଣ୍ଡିୟ ପୁଳିସ ଅଧିକାରି ଡୋଲାମଣି ଭୋଇ, ଉଲୁଣ୍ଡା ବ୍ଲକ ଉପାଧକ୍ଷ ସଞ୍ଜିବ ସାହୁ, ବିଶିଷ୍ଟ ଅତିଥି ଚଳଚିତ୍ର ସମିକ୍ଷକ ସୁର୍ଯ୍ୟ ଦେଓ, ସ୍ମରଣିକା ସମ୍ପାଦକ ପ୍ରଫେସର ବଳରାମ ମିଶ୍ର ପ୍ରମୁଖ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ ।

ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ସ୍ଥାନୀୟ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ । ଯୁଗଳ କିଶୋର ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଭାତ ଦାସ ଓ ସାଥୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ପୁରୁଷୋତ୍ତମ ମିଶ୍ରସଭାର ସଂଯୋଜନା କରିଥିବାବେଳେ ଭୁଷଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପିତବାସ ଶତପଥି ଙ୍କ ଦ୍ଵାରା ପ୍ରଥମେ ମାଲେଶ୍ରୀ ବନ୍ଦନା ଗାନ କରାଯାଇଥିଲା । ପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରୁ ଗଞ୍ଜାମ ଅଙ୍ଗଭରା କଳା କେନ୍ଦ୍ର ଦ୍ୱାରା ଓଡ଼ିଶୀ ନୃତ୍ୟ, ବଲାଙ୍ଗୀର ଦୁଳଦୁଲି, ବିହୁ ନଟରାଜ ଡ୍ୟାନ୍ସ କଟକ, ଢେମସା ରାୟଗଡ, ପଏଁରି ସୋନପୁର, ମୟୁରି ନଟରାଜ କଳାପରିଷଦ କଟକ ପ୍ରମୁଖ ଅନୁଷ୍ଠାନ ନୃତ୍ୟ ପରିବେଷିତ ହୋଇଥିଲା । ମାଲେଶ୍ରୀ ସମ୍ମାନ ୨୦୨୩ ରେ ଚଳଚିତ୍ର ସମୀକ୍ଷକ, ଲେଖକ ସୂର୍ଯ୍ୟ ଦେଓ ଙ୍କୁ ସମ୍ମାନୀତ କରାଯାଇଥିଲା l ଦେବଯାନୀ ମେଷୁଆ, ଅବିନାଶ ହୋତା ଓ ଲକ୍ଷ୍ମୀନାରାୟଣ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।