ବିଦ୍ୟୁତ୍‍ ଖମ୍ବ ସଂସ୍ପର୍ଶରେ ଆସି ୨ଟି ଗାଈର ମୃତ୍ୟୁ

0
142
ବିଦ୍ୟୁତ୍‍ ଖମ୍ବ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୨/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ପୂଜାରୀଗୁଡା ଗାଁ’ରେ ବିଦ୍ୟୁତ୍‍ ଖମ୍ବ ସଂସ୍ପର୍ଶରେ ଆସି ୨ଟି ଗାଈର ମୃତ୍ୟୁ ଘଟିଛି ।WhatsApp Image 2023 04 13 at 08.58.09 ବିଦ୍ୟୁତ୍‍ ଖମ୍ବ ସଂସ୍ପର୍ଶରେ ଆସି ୨ଟି ଗାଈର ମୃତ୍ୟୁ

ଗାଈଟି ଧାନ ବିଲ କୁ ପାଣି ପିଇବାକୁ ଯାଇଥିବା ବେଳେ ସେଠାରେ ଥିବା ବିଦ୍ୟୁତ୍‍ ଖମ୍ବ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ପୂଜାରୀଗୁଡା ଗ୍ରାମ ନିକଟସ୍ଥ ଜଗନ୍ନାଥପୁର ଯିବା ରାସ୍ତା କଡରେ ଥିବା ବିଲ କୁ ଆଜି ସକାଳ ସାଢେ଼ ଆଠଟା ରେ ପାଣି ପିଇବାକୁ ଦୁଇଟି ଗାଈ ସହ ବାଛୁରୀ ଯାଇଥିବା ବେଳେ ସେଠାରେ ବିଦ୍ୟୁତ୍‍ଖମ୍ବ ସଂସ୍ପର୍ଶରେ ଆସି ୨ଟି ଗାଈ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି । ଏହି ଗାଈ ୩ଟି କାଶୀପୁର ବ୍ଲକ ସିନ୍ଦୁର ଘାଟି ପଞ୍ଚାୟତ, ଡେରା କଣା ଗାଁ’ର ନିଶ୍ର ଗୌଡ଼, ର ବୋଲି ଜଣା ପଡ଼ିଛି । ଏହା ପରେ ବିଦ୍ୟୁତ୍‍ ବିଭାଗ କର୍ମଚାରୀ ମାନେ ଆସି ୩ଟି ଗାଈ କୁ ଉଦ୍ଧାର କରି ଗାଈ ମାଲିକ ନିଶ୍ର ଗୌଡ଼ କୁ ନଦୀ ପାଖରେ ପୋତି ଦେବା ପାଇଁ କହିଥିବା ସୂଚନା ମିଳିଛି ।