ହରିହର ଜୋର ପୋଲ ଏବେ ମରଣଯନ୍ତା : ଗର୍ତ୍ତରେ ପଡି ପୁଣି ଜଣେ ବାଇକ ଚାଳକ ଆହତ

0
99
ହରିହର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୭/୦୪) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମ ନିକଟରେ ଥିବା ହରିହର ଜୋର ପୋଲ ଏବେ ମରଣଯନ୍ତା ପାଲଟିଛି ।WhatsApp Image 2023 04 17 at 08.56.04 ହରିହର ଜୋର ପୋଲ ଏବେ ମରଣଯନ୍ତା : ଗର୍ତ୍ତରେ ପଡି ପୁଣି ଜଣେ ବାଇକ ଚାଳକ ଆହତ

ହରିହର ଜୋର ପୋଲ ଉପରେ ବିରାଟକାୟ ଦୁଇଟି ଗର୍ତ୍ତ ସୃଷ୍ଟି ହେବା ସହ ଗେଟି ଉଠି ଲୁହା ଛଡ ବାହାରି ରହିଛି । ଫଲରେ ଗତ ସପ୍ତାହରେ ଏହି ଗର୍ତ୍ତରେ ପଡି ଦୁଇ ବାଇକ ଆରୋହୀ ଦୁର୍ଘଟଣା ଘଟି ଆହତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେହିପରି ଗତକାଲି ସନ୍ଧ୍ୟା ସମୟରେ ଜଣେ ବାଇକ ଚାଳକ ପୂର୍ତ୍ତ ବିଭାଗର ମରଣଯନ୍ତା ଗର୍ତ୍ତ ପଡି ଦୁର୍ଘଟଣାର ଶିକାର ହେବା ସହ ଆହତ ହୋଇଥିଲେ ।‌ ଏଠାରେ ପ୍ରଶ୍ନ ଉଠେ ଯଦି ଏହି ପୋଲର ଗର୍ତ୍ତ ପଡି ଦୁର୍ଘଟଣା ଶିକାର ହୋଇ କେହି ମୃତ୍ୟୁବରଣ କଲେ ତାହାହେଲେ ଦାୟି ରହିବ କିଏ ବୋଲି ଜନସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହେଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଆଗରୁ ‘ପ୍ରେରଣା’ ଖବରକାଗଜ ରେ ଅନେକ ଥର ପ୍ରକାଶିତ ହୋଇଛି ।‌ ଖବରକାଗଜ ରେ ପ୍ରକାଶିତ ହୋଇଥିଲା ଖବରକୁ ନେଇ ‘ମୋ ସରକାର’, ଜିଲ୍ଲା ପ୍ରଶାସନ ଓ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଟୁଇଟ ଯୋଗେ ଅଭିଯୋଗ ହୋଇଥିଲା ।‌

ଖୁବ୍ ଶୀଘ୍ର ମରାମତି ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଜାରି ହୋଇଥିଲା । ଏକ ମାସ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ପ୍ରଶାସନ ନିର୍ଦ୍ଦେଶକୁ ଅଣଦେଖା କରାଯିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପୋଲ ଉପର ଦେଇ ପ୍ରତେକ ଦିନ ସମ୍ବଲପୁର, ବଲାଙ୍ଗିର, ରେଢ଼ାଖୋଲ, ଭୂବନେଶ୍ଵର, କଟକ ସହ ବିଭିନ୍ନ ସ୍ଥାନକୁ ଶହ ଶହ ଲୋକ ଓ ଯାନବାହାନ ଯିବାଆସିବା କରିଥାଏ । ଏହି ମରଣଯନ୍ତା ପୋଲ ଦେଇ ପ୍ରତ୍ୟେକ ଦିନ ପ୍ରଶାସନ ଅଧିକାରୀ ଓ ବିଭାଗୀୟ କର୍ମଚାରୀ ମାନେ ଯିବା ଆସିବା କରୁଥିଲେ ମଧ୍ୟ ତାଙ୍କର ଦୃଷ୍ଟି ପଡୁଥିବା ଅନୁମାନ କରାଯାଉଛି । ସରକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ ।