ବିଜୁ ବାବୁ ଙ୍କ ତିରୋଧାନ ଦିବସ ରେ ରକ୍ତଦାନ ଶିବିର

0
98
ବିଜୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୪) : ଆଜି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁ ଙ୍କ ୨୬ ତମ ତିରୋଧାନ ଦିବସ ପାଳିତ ହେବା ସହ ଏକ ରକ୍ତଦାନ ଶିବିର କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁଭାଙ୍ଗି ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି ।

ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ ବିଜୁବାବୁ ଙ୍କ ତିରୋଧାନ ଦିବସ ରେ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ । ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ମାରିୟମ ରୟିତ, ଯୁବ ସଭାପତି ଏସ ଲିଙ୍ଗରାଜୂ ପ୍ରଭୃତି ନେତା ଓ କର୍ମୀ ଯୋଗ ଦେଇଥିଲେ । ବହୁ କର୍ମୀ ଓ ସାଧାରଣ ଲୋକ ଏହି ଶିବିର ରେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।