ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

0
79
ପ୍ରବାଦ ପୁରୁଷ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୮/୦୪) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୨୬ତମ ଶ୍ରାଦ୍ଧ ଦିବସ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ଜନତା ଦଳ ତରଫରୁ ପାଳିତ ହୋଇଯାଇଛି ।

ସକାଳେ ତିଳ ତର୍ପଣ,ପୂର୍ବାହ୍ନ ରେ ବସଷ୍ଟାଣ୍ଡ ଠାରେ ଥିବା ବିଜୁ ପଟ୍ଟନାୟକ ଷ୍ଟେଚ୍ୟୁ ରେ ମାଲ୍ୟର୍ପଣ କରାଯାଇଥିଲା ।ଅପରାହ୍ନ ରେ ବୀରମହାରାଜପୁର ଜଗନ୍ନାଥ ମନ୍ଦିର ରେ ଦୀପଦାନ, ସନ୍ଧ୍ୟା ରେ ପ୍ରବାଦ ପୁରୁଷ ବିଜୁବାବୁ ଙ୍କ ସ୍ମୃତି ଚାରଣ ଓ ଶପଥ ଗ୍ରହଣ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବିଜୁ ଯୁବ ଜନତା ଦଳ ର ସଭାପତି ନାରାୟଣ ଲୁହା ଙ୍କ ସଭାପତିତ୍ୱରେ ସଭାରେ ସତ୍ୟଞ୍ଜିବ ମିଶ୍ର, କିଶୋର ହୋତା, ଧୀରେନ୍ଦ୍ର ନାରାୟଣ ପଣ୍ଡା, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ରଞ୍ଜିତ କୁମାର ରଥ, ମନୋଜ କୁମାର ସାହୁ, ମହେନ୍ଦ୍ର ଜଗଦଲା, ବିନୋବାନନ୍ଦ ପଧାନ, ସୁରୁ ନାରାୟଣ ମହାକୁର, ଲକ୍ଷ୍ମୀ ନାରାୟଣ ପୁରୋହିତ, ଶେଷଦେବ ବାରିକ, ତ୍ରିପୁରାରି ମେହେର, ମଙ୍ଗଳ ପଧାନ ଦୁର୍ଗେସ ପଣ୍ଡା ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗଦେଥିଲେ ।