ଶିତଳମା ଜଳବିଭାଜିକା ପ୍ରକଳ୍ପର ଶୁଭ ଉଦଘାଟନ

0
333
ଶିତଳମା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୯/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଅନ୍ତର୍ଗତ ବୁଡାଗୁଡା ଗ୍ରମ ପଞ୍ଚାୟତ ର ଅଲଣ୍ଡା ଗ୍ରାମରେ ଶିତଳମା ଜଳବିଭାଜିକା ପ୍ରକଳ୍ପର ଶୁଭ ଉଦଘାଟନ ନାବାର୍ଡ ଜିଲ୍ଲା ଉନ୍ନୟନ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସାମଲ ଙ୍କ ଦ୍ୱାରା ଅନୁଷ୍ଠିତ କରାଯାଇଅଛି ।WhatsApp Image 2023 04 19 at 12.11.04 ଶିତଳମା ଜଳବିଭାଜିକା ପ୍ରକଳ୍ପର ଶୁଭ ଉଦଘାଟନ

ଏହି ଅବସରରେ ନାବାର୍ଡ ଜିଲ୍ଲା ଉନ୍ନୟନ ଅଧିକାରୀ ଜଳବିଭାଜିକା ପ୍ରକଳ୍ପର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଜଳ, ଜମି, ଜଙ୍ଗଲ, ଜନ୍ତୁ ଏବଂ ଲୋକଙ୍କର ଜୀବିକାରେ ଉନ୍ନତି ହେଲେ ଅଞ୍ଚଳର ଆର୍ଥିକ ବିକାଶ ହୋଇପାରିବ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ନିର୍ମାଣ ଅନୁଷ୍ଠାନ ର କର୍ମି ଶ୍ରୀ ମନୋଜ କୁମାର ପ୍ରଧାନ ଏବଂ ଶ୍ରୀ ଜିତେନ୍ଦ୍ର କୁମାର ଦିଗାଳ ବର୍ତମାନ ଅଞ୍ଚଳର ଜଳ, ଜମି, ଜଙ୍ଗଲ ଏବଂ ଜନ୍ତୁଙ୍କର ସ୍ଥିତି ସଂପର୍କରେ ଆଲୋଚନା କରି ଏହାର ସଂରକ୍ଷଣ, ସୁରକ୍ଷା ଏବଂ ଉପଚାର କିପରି କରାଯାଇପାରିବ ସେ ଦିଗରେ ଲୋକଙ୍କୁ ଅବଗତ କରାଇଥିଲେ । ଶିତଳମା ଜଳବିଭାଜିକା ପ୍ରକଳ୍ପ ଅଧିନରେ ୮ଗୋଟି ଗ୍ରାମ ଯଥା- ଅଲଣ୍ଡା, ବୁଡାଗୁଡା, କୁମାରଗୁଡା, ପେଟିଲିଗୁଡା, କୃଷ୍ଣପାତ୍ରଗୁଡା, ଡୁମୁରିପଦର, ପୋଡଚୂଆପଦର ଓ ଚାମରଯୋଡି ଗ୍ରାମର ମୋଟ ୧୧୫୬.୮୯ ହେକ୍ଟର ଜମିରେ ଜଳବିଭାଜିକା କାର୍ଯ୍ୟ ସମ୍ପାଦନ କରାଯିବ । ଉକ୍ତ କାର୍ଯ୍ୟକ୍ରମକୁ ନିର୍ମାଣ ଅନୁଷ୍ଠାନ ଦ୍ୱାରା ନାବାର୍ଡ ସହାୟତାରେ ଆୟୋଜନ କରାଯାଇଥିଲା ଏବଂ ୮ ଟି ଗ୍ରାମର ପ୍ରାୟ ୭୦ ରୁ ଉର୍ଦ୍ଧ୍ଵ ଲୋକ ଏଥିରେ ଯୋଗଦାନ କରିଥିଲେ ।