କାଳବୈଶାଖୀ ର ତାଣ୍ଡବରେ ବିରାଟ ଗଛ ପଡି ରାସ୍ତା ଅବରୋଧ

0
78
କାଳବୈଶାଖୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୮/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ କାଳବୈଶାଖୀ ର ତାଣ୍ଡବରେ ବିରାଟ ଆମ୍ବ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।WhatsApp Image 2023 04 29 at 10.38.54 କାଳବୈଶାଖୀ ର ତାଣ୍ଡବରେ ବିରାଟ ଗଛ ପଡି ରାସ୍ତା ଅବରୋଧ

ଆଜି ଅପରାହ୍ନରେ ଘଡଘଡି ସହ କୁଆପଥର ବର୍ଷା ହୋଇଥିବା ଯୋଗୁଁ ବ୍ଲକ ବସି ଆଶସ୍ତି ହୋଇଥିବା ବେଳେ ଅନ୍ୟ ପଟେ ମାଝୀଗୁଡା ପଞ୍ଚାୟତର ଜିଲୁଣ୍ଡା ଛକପାଖରେ ଥିବା ବିରାଟ ଆମ୍ବଗଛ କାଳବୈଶାଖୀ ଯୋଗୁଁ ମୂଳରୁ ଉପାଡି ପଡି ରାସ୍ତାରେ ପଡିଯାଇଛି ।ଯାହାଫଳରେ ଛୋଟବଡ଼ ଯାନବାହନ ଚଳାଚଳ ରେ ବାଧା ସୃଷ୍ଟି ହୋଇଛି । ଏହା ଦେଖି ବଡ ନାୟକ ଗୁଡା, ମାଝୀଗୁଡା ଗ୍ରାମର ଲୋକ ମାନେ ଛୋଟ ଛୋଟ ଢାଲ କେନ୍ଧା କାଢୁଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଅଗ୍ନିଶମ ବିଭାଗ ର ଏସ ଆଇ ବଲରାମ ବେହେରା ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆଜି ମାଝୀଗୁଡା ପଞ୍ଚାୟତ ରେ ନିମାଝଲା ଓ ମାଝୀଗୁଡା ର ଜିଲୁଣ୍ଡା ଯିବା ଛକ ରେ ପୂରାତନ ବିରାଟ ବଡ଼ ଆମ୍ବ ଗଛ ମୂଳରୁ ଉପୁଡି ଯାଇଛି ବୋଲି ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କୁ କାଟି ସଫା କରାଯାଇଛି ବୋଲି କହିଛନ୍ତି ।