କୁକୁଡ଼ା ଲଢେ଼ଇ ଚାଲିଥିବା ବେଳେ ପୋଲିସର ଚଢ଼ାଉ, ୩୬ ଜୁଆଡି ଗିରଫ

0
97
କୁକୁଡ଼ା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୦୧/୦୫) : କୁକୁଡ଼ା ଲଢେ଼ଇ ଖେଳ ଚାଲିଥିବା ବେଳେ ପୋଲିସର ଅତର୍କିତ ଚଢ଼ାଉ ।

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ମାଲିଡ଼ିହି ପଞ୍ଚାୟତର ପତ୍ରାଟୋଲି ଅଞ୍ଚଳରେ ଚାଲିଥିବା କୁକୁଡ଼ା ଲଢେ଼ଇ ଖେଳ ଉପରେ ପୋଲିସ ଅତର୍କିତ ଚଢ଼ାଉ କରିବା ସହ ୨ଟି ଚାରି ଚକିଆ ଗାଡି, ବହୁ ବାଇକ ଜବତ କରିବା ସହ ୩୬ ଜଣ ଜୁଆଡିଙ୍କୁ ଗିରଫ କରିଛନ୍ତି । ଏହା ବ୍ୟତୀତ ପୋଲିସ ନଗଦ ୩୬ହଜାର ଟଙ୍କା ଜବତ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡ଼ିହି ପଞ୍ଚାୟତ ର ପତ୍ରାଟୋଲିରେ ଗ୍ରାମରେ କୁକୁଡ଼ାଲଢେଇ ଖେଳ ଚାଲିଥିବା ଖବର ପାଇ ରାଜଗାଙ୍ଗପୁର ଏସ ଡ଼ି ପିଓଙ୍କ ନିର୍ଦ୍ଦେଶ ଅନୁସାରେ ରାଜଗାଙ୍ଗପୁର ଥାନା ଅଧିକାରୀ ଦଳ ବଳ ସହ ସାଦା ପୋଷାକ ରେ ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲେ । କୁକୁଡ଼ାଲଢେ଼ଇ ରେ ସାମିଲ ଥିବା ୩୬ ଜଣକୁ ପୋଲିସ କାବୁ କରିଥିବା ବେଳେ ସେଠାରୁ ଏକ କାର ଓ ବୋଲେରୋ ଜବତ କରିବା ସହ ୧୩ ମଟର ସାଇକେଲ, ୨୮ ଟି ମୋବାଇଲ ,ନଗଦ ୩୬ ହଜାର ୧୦୦ ଟଙ୍କା ସହ ୬ଟି କୁକୁଡ଼ା ଜବତ କରିଥିବା ଏସଡ଼ି ପିଓ ଅଭିଷେକ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି ।