ଗରମ ତେଲ ରେ ନିଆଁ ଲାଗି ହୋଟେଲ ମାଲିକ ଙ୍କ ଅପମୃତ୍ୟୁ

0
104
ଗରମ

ରିପୋର୍ଟ : ନରୋତ୍ତମ ପାଢୀ
ରାୟଗଡା/ଚଦ୍ରପୁର, (୦୮/୦୫) : ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମତପୁର ଗ୍ରାମ ରେ ଆଜି ଏକ ଅଭାବନିଅ ଘଟଣା ଘଟିଯାଇଛି । ଗରମ ତେଲ ରେ ନିଆଁ ଲାଗି ହୋଟେଲ ମାଲିକ ଙ୍କ ଅପମୃତ୍ୟୁ

pwd ରାସ୍ତା କଡରେ ଥିବା ଦୈନିନ୍ଦିନ ଚା ଜଳଖିଆ ହୋଟେଲ କଡେଇ ରେ ତେଲ ଗରମ କରି ଜଳଖିଆ ଦେବା ସମୟରେ ଗରମ ତେଲରେ ନିଆଁ ଲାଗିଯାଇଥିଲା ଯାଦ୍ୱାରା ହୋଟେଲ ମାଲିକ ପ୍ରଭାସ ସାହୂ ଙ୍କ ଦେହ ରେ ୩୦ପ୍ରତିଶତ ପୋଡ଼ିଯାଇ ହୋଟେଲ ରେ ନିଆଁ ଲାଗିଯାଇଥିଲା l ପ୍ରାଣ ବିକଳରେ ରାସ୍ତା କୁ ଆସି ଚିତ୍କାର କରିଥିଲେ । ପାଖରେ ଥିଲେ ସରପଞ୍ଚ ନୀଳମାଇ ଦିବାକା ଓ ଜିଲ୍ଲା ପରିଷଦ ସଭ୍ୟ ସୁଜିତ କୁମାର ବେଡ଼ରେକା l ସାଙ୍ଗେ ସାଙ୍ଗେ ଦମକଳ ବାହିନୀ ଓ ୧୦୮ ଚଦ୍ରପୁର କୁ ଫୋନ କରିଥିଲେ l ନ ଆସିବାରୁ ଅନ୍ୟ ଗାଡି ବ୍ୟବସ୍ଥା କରି ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲ କୁ ନେଇଥିଲେ l କିନ୍ତ ଦୁଃଖ ର ବିଷୟ ରାତ୍ର ୧୨ଘଣ୍ଟା ସମୟରେ ପ୍ରଭାସ ଦେହ ତ୍ୟାଗ କରିଥିଲେ l ଏହି ଦୁଃଖଦ ଖବର ପାଇଁ ଅଞ୍ଚଳ ବାସି ଦୁଃଖ ପ୍ରକାଶ କରିଛନ୍ତି l ପ୍ରଭାସ ଅବିବାହିତ ୩ ଗୋଟି ଝିଅ ଙ୍କୁ ଛାଡି ଚାଲିଯାଇଥିବାରୁ ସରପଞ୍ଚ ସରକାର ସାହାଯ୍ୟ ର ହାତ ବଢାଇବା ପାଇଁ ପ୍ରଶାସନ ଆଗରେ ନିବେଦନ କରିଛନ୍ତି l ଏବଂ ହରିଶ୍ଚନ୍ଦ୍ର ଯୋଜନାରୁ ୩୦୦୦ଟଙ୍କା ପ୍ରଦାନ କରିଛନ୍ତି ।