ପଛୁଆ ବର୍ଗ ଜନ ଗଣନା ରାଜ୍ୟ ପର୍ଯ୍ୟବେକ୍ଷକଙ୍କ ଗୁଣପୁର ଗସ୍ତ

0
95
ପଛୁଆ ବର୍ଗ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୦/୦୫) : ଆଜି ରାଜ୍ୟ ପଛୁଆ ବର୍ଗ ଜନ ଗଣନା ପର୍ଯ୍ୟବେକ୍ଷକ ଶ୍ରୀ ଦେବ କର୍କରା, ରାୟଗଡ଼ା ଜିଲ୍ଲାର ଗୁଣପୁର ଉପଖଣ୍ଡ ଓ ପୋୖରାଞ୍ଚଳ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସମ୍ପର୍କିତ ଗଣନା ନିମନ୍ତେ ସ୍ଥପିତ କେନ୍ଦ୍ର ଗୁଡିକ ବୁଲି ଦେଖିଥିଲେ ।

ଚଳିତ ମେ ପହିଲାରୁ ଆରମ୍ଭ ହୋଇଥିବା ଗୁଣପୁର ପୋୖରାଞ୍ଚଳ ବିଭିନ୍ନ ଗଣନା କେନ୍ଦ୍ର ବୁଲି ଇମୁନେର୍ଟର ମାନେ କିପରି ତଥ୍ୟ ସଂଗ୍ରହ କରି ପଛୁଆ ବର୍ଗ ଜନ ଗଣନା କରୁଛନ୍ତି ତାହା ତଦାରଖ କରିଥିଲେ । ପ୍ରତି ପରିବାରର ସମସ୍ତ ତଥ୍ୟ ନିର୍ଭୁଲ ଭାବେ ସଂଗ୍ରହ କରିବା ସହ ଯୋଗ୍ୟ ପରିବାର କିପରି ତାଲିକା ଭୁକ୍ତ ହୋଇ ପାରିବେ ସେଠି ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଗଣନା ଆରମ୍ଭ ହୋଇଥିବା ଓ ପ୍ରତି ପରିବାର ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ଆବଶ୍ୟକ ସ୍ଥଳେ ସମ୍ପୃକ୍ତ କେନ୍ଦ୍ର ଅଧୀନରେ ଥିବା ଅଞ୍ଚଳରେ ସୋସିଏଲ ମିଡ଼ିଆ ମାଧ୍ୟମରେ ଅବଗତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

ଆଜିର ଏହି ଗସ୍ତ ସମୟରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁର, ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଡାକ୍ତର ସ୍ୱୟଂ ସମ୍ପୂର୍ଣ୍ଣା ରାଉତ, ରାୟଗଡ ଉପଖଣ୍ଡ ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଗୁଣପୁର ଉପଖଣ୍ଡ ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀ ଏସ ସନ୍ତୋଷ ପ୍ରମୁଖ ଉପସ୍ଥିତ ଥିଲେ ।