ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ର ଶକ୍ତିକେୟାର ପେଡ ଉତ୍ପାଦନ କେନ୍ଦ୍ରର ଶୁଭ ଉଦଘାଟନ

0
80
ମହିଳାସ୍ୱୟଂ ସହାୟକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୦୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମେଘଲା ଅନ୍ତର୍ଗତ ଯୋଷପୁର ଠାରେ ଶିବାନୀ ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଶକ୍ତି କେୟାର (ସେନିଟାରୀ ନେପକିନ) ଉତ୍ପାଦନ କେନ୍ଦ୍ର ର ଶୁଭଉଦଘାଟନ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନିଶି ପୁନମ ମିଞ୍ଜ ଙ୍କ କରକମଳରେ ଆଜି ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି lWhatsApp Image 2023 05 12 at 20.32.04 ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ର ଶକ୍ତିକେୟାର ପେଡ ଉତ୍ପାଦନ କେନ୍ଦ୍ରର ଶୁଭ ଉଦଘାଟନ

ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମନିୟୋଜନ ଯୋଜନାରେ ୧୦ ଲକ୍ଷ ଟଙ୍କାର ଋଣ ସହାୟତା ରେ ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ର ଶକ୍ତି କେୟାର ଉତ୍ପାଦନ କେନ୍ଦ୍ର ଆରମ୍ଭ କରାଯାଇଥିବା ବେଳେ ଏହି କେନ୍ଦ୍ର ଦ୍ୱାରା ସ୍ଥାନୀୟ ମହିଳା ଗୋଷ୍ଠୀ ସଦସ୍ୟାଙ୍କ ନିମନ୍ତେ ସୁନିଶ୍ଚିତ କର୍ମ ନିୟୋଜନ ସୃଷ୍ଟି କରାଯାଇ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିପାରିବ l ଉଦଘାଟନ ସମାରୋହରେ ବିନିକା ବିଡ଼ିଓ ବ୍ୟାସଦେବ ବେହେରା, ଜିଲ୍ଲା ସଂଯୋଜକ ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ବିପିଏମ ମିଶନ ଶକ୍ତି, ଆଇ ପି ଓ ବିନିକା, ସୋନପୁର ଓ ତରଭା ଅନ୍ୟାନ୍ୟ ମିଶନ ଶକ୍ତି କର୍ମକର୍ତ୍ତା, ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ଏବଂ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଉପସ୍ଥିତ ଥିଲେ l