ଫୁଟବଲ ଲିଗ ପାଇଁ ପ୍ରସ୍ତୁତି ବୈଠକ 

0
76
ଫୁଟବଲ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୦୫) : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଜିଲ୍ଲା ଫୁଟବଲ ଲିଗ ପାଇଁ ଜିଲ୍ଲା କ୍ରୀଡା ସଂଘ କାର୍ଯ୍ୟାଳୟ ରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି lWhatsApp Image 2023 05 15 at 18.33.10 ଫୁଟବଲ ଲିଗ ପାଇଁ ପ୍ରସ୍ତୁତି ବୈଠକ 

ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଜିଲ୍ଲା ର ଛଅ ଟି ବ୍ଳକ କୁ ଛଅ ଟି ଜୋନ ରେ ବିଭକ୍ତ କରି ପ୍ରତି ଜୋନ ରେ ମ୍ୟାଚ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଛି l ଜୁଲାଇ ମାସ ପ୍ରଥମ ସପ୍ତାହ ରେ ଅନୁଷ୍ଠିତ ଏହି ଫୁଟବଲ ଲିଗ ର ଖେଳ ରେ ଗ୍ରାସ ରୁଟ ରୁ କିଭଳି ଭଲ ଖେଳାଳୀ ଆଗକୁ ଆସି ଜ଼ିଲ୍ଲା ତଥା ରାଜ୍ୟ ସ୍ତର ରେ ପ୍ରତିନିଧିତ୍ୱ କରିପାରିବେ ଏ ବିଷୟ ରେ ଗୁରୁତ୍ୱlରୋପ ଦିଆ ଯାଇଥିଲା l

ଟାଉନଓ ବ୍ଳକ ର ସମସ୍ତ ଫୁଟବଲ କ୍ଲବ ର କ୍ୟାପଟେନ, କୋଚ ଓ ମ୍ୟାନେଜର ଉପସ୍ଥିତ ଥିବା ବେଳେ ଭେଟେରାନ ଖେଳାଳୀ ଚିତ୍ତ ରଞ୍ଜନ ତରାସିଆ, ଫୁଟବଲ ସମ୍ପାଦକ ରାଜୀବ କୁମାର ସାହୁ, ଆଦିତ୍ୟ କିଶୋର ଦାନୀ, ପୁରୋଷୋତ୍ତମ ପାଣିଗ୍ରାହୀ, ବଳରାମ ପଟ୍ଟନାୟକ, ସୁଭାଷ ବିଶ୍ଵାଳ, ଜିତେନ୍ଦ୍ର ସାହୁ, ଗୌରୀଶ୍ୟାମ ପଣ୍ଡା, କଳାକାଁହୁ ବାଘ, ଦିଗାମ୍ବର ଶତପଥୀ, ସତ୍ୟ ନାରାୟଣ ରାଓ, କମଳା ସାହୁ, ପିଣ୍ଟୁ ପଣ୍ଡା, କୋଚ କଲିମ ମହମ୍ମଦ, ଚନ୍ଦନ ବେହେରା, ଲିପୁନ ପଧାନ, କୋଚ ସୁରଟି ଦୀପ, ସନତ ହୋତା, କିରଣ ନାଏକ, ରାଜେଶ ଥନାପତି, ଗୁରୁ ଦଳାଇ ଙ୍କ ସମେତ ଜିଲ୍ଲା କ୍ରୀଡା ସଂଘ ର ସମସ୍ତ ସଦସ୍ୟ ଯୋଗ ଦେଇ ଫୁଟବଲ ଖେଳ ଓ ଖେଳାଳୀ ଙ୍କ ଉନ୍ନତି ପାଇଁ ବିଭିନ୍ନ ମତ ରଖିଥିଲେ l