ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

0
84
ଫେରାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୯/୦୫) : ନିରାଶ୍ରୟ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । କଟକ ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ବଜାରରେ ଥିବା ଗ୍ରାମ୍ୟ ବ୍ୟାଙ୍କ ନିକଟରେ ରାତିରେ ଶୋଇଥିବା ବେଳେ ମଦ୍ୟପ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ନିଶ୍ଚିତ କୋଇଲି ଥାନା ପୋଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏ ଖବର ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ପୋଲିସ ସୂଚନା ପାଇ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଫେରାର ଥିବା ସୂଚନା ।