ଆଦିବାସୀ ସଂଘର୍ଷମୋର୍ଚ୍ଚା ଦ୍ୱାରା ୨୮ ମଇ ୨୦୨୩ କୁ କଳା ଦିବସ ରୂପେ ପାଳିତ

0
86
ଆଦିବାସୀ ସଂଘର୍ଷମୋର୍ଚ୍ଚା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୮/୫) : ଆଜି ଆଦିବାସୀ ସଂଘର୍ଷମୋର୍ଚ୍ଚା (ASM) ତରଫରୁ ଦେଶ ବ୍ୟାପୀ କଳା ଦିବସ ପାଳନ ଅବସରରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା lWhatsApp Image 2023 05 28 at 13.55.22 1 ଆଦିବାସୀ ସଂଘର୍ଷମୋର୍ଚ୍ଚା ଦ୍ୱାରା ୨୮ ମଇ ୨୦୨୩ କୁ କଳା ଦିବସ ରୂପେ ପାଳିତ

ନୂତନ ପାର୍ଲାମେଣ୍ଟ କୁ ଉଦଘାଟନ ଦିବସ ରେ ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଜୀଙ୍କୁ ଆମନ୍ତ୍ରିତ ନ କରି ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବା ନେଇ ତିବ୍ର ସମାଲୋଚନା କରାଯାଇଛି । ଦେଶର ରାଷ୍ଟ୍ରପତି ମୁର୍ମୁଙ୍କୁ ନ ଡାକି ମେ ୨୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନୀ ଉତ୍ସବ କରୁଛନ୍ତି l ରାଷ୍ଟ୍ରପତି ହେଉଛନ୍ତି ଭାରତର ମୁଖ୍ୟ ଓ ଦେଶର ପ୍ରଥମ ନାଗରିକ ଯାହାଙ୍କ ବିନା ସଂସଦ କାର୍ଯ୍ୟ କରିପାରିବ ନାହିଁ । ମହାଶୟ, ରାଷ୍ଟ୍ରପତି ପଦ ଗ୍ରହଣ କରିଥିବା ଦ୍ରୋପଦୀ ମୁର୍ମୁଜୀ ହେଉଛନ୍ତି ପ୍ରଥମ ମହିଳା , ତାଙ୍କ ପଦ ମର୍ଯ୍ୟାଦାକୁ ଅଣଦେଖା କରିବା ଦେଶର ସମସ୍ତ ଲୋକଙ୍କ ପାଇଁ ଅପମାନ ଅଟେ । ଏହାର ପ୍ରତିବାଦରେ ଆଜିର ଦିନକୁ ଦେଶବ୍ୟାପୀ କଳା ଦିବସ ରୂପେ ଆଦିବାସୀ ସଂଘର୍ଷମୋର୍ଚ୍ଚା ପାଳନ କରୁଛି ।

ଆଦିବାସୀ ସଂଘର୍ଷ ମୋର୍ଚ୍ଚାର କେନ୍ଦ୍ର କମିଟି ସଭ୍ୟ ତ୍ରିପତି ଗମାଙ୍ଗ ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଅପମାନ ଜନିତ କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ଏଭଳି କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି । ଏଥିରୁ ଜଣାଯାଏ ଯେ ଆଦିବାସୀ ଓ ଦଳିତଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କଣ ରହିଛି । ଆଜିର ଏହି ପ୍ରତିବାଦ ସଭାରେ ସଂଜୀବ ଶବର, ରାଜେନ୍ଦ୍ର ମାଝୀ , କୈଳାଶ ଶବର, ମିନ ଶବର, ଭିମ ମାଝୀ, ମୁନି ଶବର, ସାଇମା ଶବର, ଦାନିଏଲ ଶବର, ସଞ୍ଜୟ ଦଳବେହରା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।