ବାଇକ-କାର ମୁହାଁମୁଁହି ଧକ୍କା, ଜଣେ ମୃତ

0
87
ବାଇକ-କାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୧/୦୬) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ପରଜଙ୍ଗ ହାତୀଲୋଚାଣୀ ଛକ ନିକଟରେ ବିଳମ୍ବିତ ରାତି ରେ ବାଇକ-କାର ମୁହାଁମୁଁହି ଧକ୍କା, ଜଣେ ମୃତ ।

ବାଇକ-କାର ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତ ବାଇକ ଆରୋହୀ ହେଲେ ତାଳଚେର ଥାନା କୁକୁଡୁଲା ଗ୍ରାମ ର ସୁବ୍ରତ ପ୍ରଧାନ । ଘଟଣା ଅନୁଯାୟୀ ଗତ କାଲି କନ୍ତୁର ଗ୍ରାମ ରୁ ଏକ ବାହାଘର ଭୋଜି ଖାଇ ତାଳଚେର ଅଭିମୁଖେ ଫେରୁଥିବା ବେଳେ, ସାମ୍ନାପଟୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା । ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣା ସ୍ଥଳରୁ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛି ।