ମହିଳା ମାନଙ୍କ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ

0
87
ମହିଳା ମାନଙ୍କ ଦ୍ୱାରା

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୫/୬) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ର କୋଟସମଲେଇ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ସୁନାପାଲି ଗ୍ରାମରେ ମହିଳା ମାନଙ୍କ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଅଛି l

ସମାଜସେବୀକା ତଥା ପ୍ରକୃତିପ୍ରେମୀ ମହିଳା ଶ୍ରୀମତୀ ସଂଗୀତା ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହିଳା ମାନଙ୍କ ଦ୍ୱାରା ପରିବେଶ ଦିବସ ପାଳନ ଅବସରରେ ବର୍ତମାନ ଜଳବାୟୁ ପରିବର୍ତନ ଓ ତାପମାତ୍ରା ର ବୃଦ୍ଧି ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇବା ସହ ନାରୀଶକ୍ତି ଦ୍ୱାରା କିପରି ପରିବେଶର ସୁରକ୍ଷା କରିପାରିବା, ବର୍ଷାଦିନରେ ପ୍ରଚୁର ମାତ୍ରାରେ ମଞ୍ଜି ଫିଙ୍ଗି ନୂତନ ଜଙ୍ଗଲ ସୃଷ୍ଟି କରିପାରିବା, ଠେଙ୍ଗାପାଳି କରି ଉଜୁଡାଜଙ୍ଗଲ କୁ ସୁରକ୍ଷିତ ରଖିପାରିବା, ପ୍ଲାଷ୍ଟିକ ଓ ପଲିଥିନ ର ବ୍ୟବହାର କୁ ନିୟନ୍ତ୍ରଣ କରିବା ଆଦି ବିଭିନ୍ନ ଦିଗରେ ଆଲୋଚନା କରିବା ସହିତ ସମସ୍ତେ ପରିବେଶ କୁ ସବୁଜ ସୁନ୍ଦର ଭାବେ ଗଢିତୋଳିବା ପାଇଁ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ “ଗଛ ଲଗାଅ, ପରିବେଶ ବଞ୍ଚାଅ” ନାରା ଦେଇ ସମସ୍ତ ମହିଳା ଶପଥ ନେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ କାନ୍ତିଲତା ମହାକୁର, ଚିତ୍ରାବତୀ କର୍ମୀ, ସନ୍ଧ୍ୟାରାଣୀ ଦେହେରୀ, ଅଷ୍ଟମୀ ଦେହେରୀ, ନିରୁପମା ଭୋଇ ଙ୍କ ସମେତ ସମସ୍ତ ମହିଳା ଉପସ୍ଥିତ ଥିଲେ l