5Tସଚିବ ଶ୍ରୀ V K pandian ଙ୍କ ରାୟଗଡ଼ା ପରିଦର୍ଶନ

0
196
5Tସଚିବ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୮/୦୬) : ଆଜି ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ସଭାପତି ଶ୍ରୀ ଶିଶିର ରାଉଳ ସମ୍ପାଦକ ଅମରେନ୍ଦ୍ର ନାଥ ଓ ବିଭିନ୍ନ ବ୍ଲକ୍ ର ଅନ୍ୟ ସଦସ୍ୟ ମାନଙ୍କ ମିଳିତ ଉଦ୍ୟମ ରେ 5Tସଚିବ ଶ୍ରୀ ଭି କେ ପାଣ୍ଡିଆନ ଙ୍କ ରାୟଗଡ଼ା ପରିଦର୍ଶନ ସମୟରେ ଭେଟି ପୁଷ୍ପ ଗୁଚ ଦେଇ ରାୟଗଡ଼ା କୁ ସ୍ଵାଗତ କରିବା ସହ ଅନୁରୋଧ ପତ୍ର ଦେଇଥିଲୁ ଯେ ୨୦୧୬ ମସିହା ଠାରୁ ଆମେ ଜିଲ୍ଲା ପ୍ରଶାସନ ଙ୍କ ସହ ମିଳିତ ଭାବରେ କାର୍ଯ୍ୟକରି ଆସୁଅଛୁ ।

୨୦୧୮ ମସିହାରେ ରାୟଗଡ଼ା ଜିଲ୍ଲା ରେ DDRC ସ୍ଥାପନ ନିମନ୍ତେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ରାଜ୍ୟ ବିଭାଗ କୁ ଅବଗତ କରିଥିଲୁ ଓ ଏହା କରିବା ନିମନ୍ତେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ମଧ୍ୟ DDRC ସ୍ଥାପନ କରାଇବା ନିମନ୍ତେ ମନସ୍ଥ କରି ସ୍ଥାନ ନିରୂପଣ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସବୁ ବନ୍ଦ ହୋଇ ଯାଇଥିଲା । ଯାହା ଫଳରେ ରାୟଗଡ଼ା ଜିଲ୍ଲା ର ଭିନ୍ନକ୍ଷମ ଭାଇଭଉଣୀ ମାନେ ନାଇ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହା ଛଡା ଶିକ୍ଷା କ୍ଷେତ୍ର ରେ ସୁଗମ୍ୟତ ନଥିବାରୁ ବହୁ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ନିଜ ଅଧିକାର ରୁ ବଞ୍ଚିତ ହେଉଛନ୍ତି ସବୁଠାରୁ ଦୁଃଖର ବିଷୟ ଏହିକି ଯେ ୨୧ ପ୍ରକାର ଭିନ୍ନକ୍ଷମତା ରହିଛି କିନ୍ତୁ ଆଜି ଯାଏଁ ୨୧ ପ୍ରକାରକର ଭିନ୍ନକ୍ଷମ ଲକ୍ଷଣ ବିଷୟରେ କେହିବି ଅବଗତ ନୁହନ୍ତି ଯାହା ଫଳରେ ଅନେକ ଭିନ୍ନକ୍ଷମ ନିଜର ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି । ଜାହେଉ ଆଜି ଜିଲ୍ଲା କୁ 5Tସଚିବ କିଛି ପ୍ରତିଶୁତି ଦେଇଛନ୍ତି ଯଥା ଶୀଘ୍ର ପୂରଣ କରିବେ ବୋଲି ଅବଗତ କରିଛନ୍ତି ।