ମିଲର୍ସ୍ ଓ ସରକାରୀ ଅଧିକାରୀ ଙ୍କ ଅସାଧୁ ମେଣ୍ଟ ଯୋଗୁଁ ହିନସ୍ତା ରେ ଚାଷୀ

0
90
ମିଲର୍ସ୍

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୫/୦୬) : ମିଲର୍ସ୍ ଓ ସରକାରୀ ଅଧିକାରୀ ଙ୍କ ଅସାଧୁ ମେଣ୍ଟ ଯୋଗୁଁ ହିନସ୍ତା ରେ ଚାଷୀ । ଚାଷୀ ତା ନିଜର କଷ୍ଟ ଉପାର୍ଜୀତ ଧାନ କୁ ସରକାରୀ ଦରରେ ବିକ୍ରି କରିବାପାଇଁ ନିର୍ଦ୍ଦିଷ୍ଟ ପେକ୍ସ୍ ମାନଙ୍କୁ ନେଲେହେଁ ଭିତ୍ତିଭୂମି ର ଅଭାବ ସାଙ୍ଗକୁ ପେକ୍ସ୍ ସଂପାଦକ ଅବା ଧାନ କିଣାରେ ନିୟୋଜିତ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠିକ୍ ଭାବରେ ତାଙ୍କ ଦାୟିତ୍ୱ ତୁଳାଉନଥିବାର ଅନେକ ଉଦାହରଣ ଏବେ ସୃଷ୍ଟି ହୋଇଛି ସୁବର୍ଣ୍ଣପୁର ଜିଲ୍ଲାରେ ।WhatsApp Image 2023 06 14 at 15.54.55 ମିଲର୍ସ୍ ଓ ସରକାରୀ ଅଧିକାରୀ ଙ୍କ ଅସାଧୁ ମେଣ୍ଟ ଯୋଗୁଁ ହିନସ୍ତା ରେ ଚାଷୀ

ପ୍ରଥମେ ଟୋକନ ଝାମେଲା ଓ ପରେ ଧାନ ନେଇ ମଣ୍ଡିରେ ଚାଷୀମାନେ ଗଦା କରିବାପରେ ମିଲର୍ସ୍ ଗାଡ଼ି ପଠାଇବାରେ ଅହେତୁକ ବିଳମ୍ବ କରିବାଦ୍ୱ।ରା ବଡ଼ବଡ଼ଚାଷୀ ନିଜ ନିଜର ବ୍ୟବସ୍ଥା ରେ ମିଲକୁ ଧାନପଠାଇ ପେକ୍ସ୍ ରେ ଏଣ୍ଟ୍ରି କରିପାରୁଥିବା ବେଳେ କ୍ଷୁଦ୍ର ଚାଷୀ ଚାତକଭଳି ଖରାବର୍ଷାରେ ମିଲର୍ସ୍ ର ଗାଡ଼ି କୁ ଅପେକ୍ଷା କରି ଟାକି ରହୁଛି ଯାହାକି ଏକ ବିଚିତ୍ର ବ୍ୟବସ୍ଥା ସୃଷ୍ଟି ହୋଇଛି । ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦ୍ରିଆପାଲି ପଞ୍ଚାୟତ ର ତିଳେଶ୍ୱର, ବାରଝୁଲା, ଅଚଣ୍ଡା ଗାଁ’ର ବହୁ ଚାଷୀ ଜିଲ୍ଲା ଯୋଗାଣ ଭିଭାଗ ଅଧିକାରୀ ଙ୍କ ଠାରେ ଫେରାଦ ହୋଇ ସ୍ଥାନୀୟ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଙ୍କ ଅପାରଗତା ଉପରେ ଅଭିଯୋଗ କରିଛନ୍ତି l

ମା ମଙ୍ଗଳା ଗ୍ରୁପ ମଣ୍ଡି ରେ ୮୦୦୦ ରୁ ଉର୍ଧ୍ଵ ପକେଟ ଧାନ ଖୋଲା ଆକାଶ ତଳେ ପଡି ରହିଥିବା ବିଷୟ ଏବଂ ନିକଟସ୍ଥ ବରଗାଁ ସମଲେଶ୍ୱରୀ ରାଇସ ମିଲର ଅଣଦେଖା ପାଇଁ ଗାଡି ପଠାଉ ନ ଥିବା କଥା ପ୍ରକାଶ କରିଛନ୍ତି l ଯା ଫଳରେ ଏହି ପଞ୍ଚାୟତ ର ଶହ ଶହ ଚାଷୀ ମାସ ମାସ ଧରି ଧାନ ବିକ୍ରି କରି ନ ପରି ଘୋର ହଇରାଣ ଓ ଅଭାବ ଅସୁବିଧା ରେ ଥିବା ଜଣା ଯାଇଛି l ରାଜ୍ୟ ସରକାର ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଙ୍କୁ ସ୍ୱାବଲମ୍ବି କରିବାକୁ ମିଶନ ଶକ୍ତି ଜରିଆରେ ଧାନ ମଣ୍ଡି ଭଳି ଗୁରୁତ୍ୱ ପୁର୍ଣ ଦାୟିତ୍ୱ ଦେଇଛନ୍ତି ହେଲେ ଏ ମହିଳା ଗୋଷ୍ଠୀ, ମିଶନ ଶକ୍ତି, ଜିଲ୍ଲା ର ସମସ୍ତ ପେକ୍ସ ଓ ଯୋଗାଣ ବିଭାଗ ସମ୍ମନ୍ୱୟ ର ଅଭାବ ଯୋଗୁଁ ଆଜି ସବୁଠି ଏ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି l

ଉପରିସ୍ଥ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ ନ କରି ଏସି ଚ୍ୟାମ୍ବର ରେ ଭୋଗ କରୁଥିବା ଯୋଗୁଁ ଏଭଳି ଘଟଣା ସବୁରୁ ଜଣା ପଡୁଛି ଏବଂ ଜିଲ୍ଲା ର ଗାଡି ମାଲିକ ମାନଙ୍କୁ ଅଣଦେଖା ସହ ରାଜ୍ୟ ବାହାରକୁ ଧାନ ଚାଲାଣ କରି ପ୍ରଶାସନ ମାଲେମାଲ ହେଇଥିବା ଚାଷୀ ଙ୍କ ଠୁଁ ସିଧାସଳଖ ଅଭିଯୋଗ ଆସୁଛି l ସୁବର୍ଣ୍ଣପୁର ଜିଲ୍ଲା ର ଅଧିକାଂଶ ମଣ୍ଡି ରେ ଅଚଳା ବସ୍ଥା ତଥ୍ୟ ଦେବାକୁ ଅମଙ୍ଗ ଡିଇଓ । କିଛି ଗୁଣ୍ଡା ଶ୍ରେଣୀ ର ଲୋକ ଓ ଦଲାଲ ମାନଙ୍କ ହାତରେ ଛାଡି ଦେଇ ପ୍ରାୟ ମଣ୍ଡି ରେ ଅନୁପସ୍ଥିତ ରହୁଛନ୍ତି ସମ୍ପାଦକ l ଅଧିକାଂଶ ମଣ୍ଡି ରେ ମିଲର୍ସ ରାଜ୍ ଚାଲିଛି l ବଡ଼ ଚାଷୀ ନିଜ ଗାଡି ରେ ଧାନ ମିଲ କୁ ଡାଇରେକ୍ଟ ନେଇ ଯାଉ ଥିବା ବେଳେ ଛୋଟ ଚାଷୀ ମିଲ ଗାଡି କୁ ଅପେକ୍ଷା କରି ଭୋକ ଅନିଦ୍ରା ରେ କଷ୍ଟ ଭୋଗୁଛି l

ଅଧିକାଂଶ ମଣ୍ଡି ରେ ମିଲର୍ସ ରାଜ ଚାଲିଥିବା ବେଳେ ପୁଆ ଭଳି କେତେ ମଣ୍ଡି ରେ ଜଣେ ଚୌକିଦାର ଟ୍ରକ ଟ୍ରକ ଧାନ କିଣୁଥିବା ଦେଖିବାକୁ ମିଳିଥିଲା l ସାମ୍ବାଦିକ ଙ୍କ ଉତ୍ତର ରେ ସେ କହିଲା ସାର ଆମେ ଏକା କାଫି l ସେକ୍ରେଟାରୀ ସାର ଖାଲି ସନ୍ଧ୍ୟାରେ ଆସି ଦସ୍ତଖତ କରିଯାଆନ୍ତି l ଏଠି ଜଣା ପଡୁଛି ଯେ ମିଲର୍ସ ଓ ଅଧିକାରୀ ଙ୍କ ଅସାଧୁ ମେଣ୍ଟ ଯୋଗୁଁ ସିଧାସଳଖ ଚାଷୀ ହୀନସ୍ଥl ହେଉଛନ୍ତିl ଏଥିରୁ ଜଣା ପଡୁଛି ଯେ ପେକ୍ସ ଡାଟା ରେ ଉଠୁଛି ଧାନ ବାସ୍ତବ ଚିତ୍ର କିନ୍ତୁ ଅଲଗା ଅଛି l ଗତ ୧୦ ତାରିଖ ରେ ଜିଲ୍ଲାର କିଛି ସାମ୍ବାଦିକ ସୋନପୁର ବ୍ଲକ ଓ ତରଭା ବ୍ଲକ ର କିଛି ପେକ୍ସ ପରିଦର୍ଶନ କରି ସେ ସବୁ ର ଭିତ୍ତିଭୂମି ଓ ସମସ୍ୟା ସବୁ କୁ ଅନୁଧ୍ୟାନ କରି ଦେଖିଲେ ଯେ, ଖାରି ପେକ୍ସ ରେ ଭିତ୍ତିଭୂମି ର ପୁରା ଅଭାବ l ମିନି ବ୍ୟାଙ୍କ ଅଚଳ l ଶିବତୁଲା ରେ ଜଳ ସଙ୍କଟ l ଛଅ ଛଅ ମାସ ଧରି ଚାଷୀ ଧାନ ବିକ୍ରି ଟଙ୍କା ପାଉନଥିବା ଜଣା ପଡିଛି l ଯାହାକି ନୂତନ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଠାରେ ମଧ୍ୟ ଏ ବିଷୟ ରେ ସାମ୍ବାଦିକ ମାନେ ଆଲୋଚନା କରି ତାଙ୍କର ହସ୍ତକ୍ଷେପ ଲୋଡିଥିବା ଜଣା ଯାଇଛି l ପୁଆ ରେ ରାସ୍ତା ରେ ପଡିଛି ହଜାର ହଜାର ବସ୍ତl ଧାନ l ଦେଉଳପଦର, ମେଣ୍ଡା, ରେ ଧାନ ପଡିଛି ଗଦା ଗଦା l ହେଲେ ଦିନ ଦିନ ଧରି ତାଲା ଝୁଲୁଛି l ମରାଡୁଗୁଚ୍ଛା ପେକ୍ସ ରେ ଫୁଲ ମନମାନି ଚାଲିଛି l

ସେଠାରେ ଚାଷୀ ଙ୍କ ଅଭିଯୋଗ କୁ ସିଧାସଳଖ ସଭାପତି କଣ୍ଠରୋଧ କରୁଥିବା ଦୃଷ୍ଟି ଗୋଚର ହୋଇଛି l ସମ୍ପାଦକ ଙ୍କ ଫୋନ ସବୁବେଳେ ସ୍ବିଚ ଅଫ l ଜଣାଯାଏ ଯେ ଏଇ ସମ୍ପାଦକ ମହାଶୟ ପୂର୍ବ ରୁ ଶିବତୁଲା ସମ୍ପାଦକ ଦାୟିତ୍ୱ ରେ ଥିବା ବେଳେ ତାଙ୍କ ତଳିଆ ୨ ଜଣ କର୍ମଚାରି ଦୁର୍ନୀତି ରେ ଭିଜିଲାନ୍ସ ଜାଲ ରେ ଛନ୍ଦି ହୋଇ ଥିଲେ ହେଲେ କୌଶଳ କ୍ରମେ ଏ ମହାଶୟ ଖସି ଯାଇଥିବା ଏବଂ ସେ ଦୁର୍ନୀତି ର ମାଷ୍ଟର ମାଇଣ୍ଡ ବୋଲି ପୁରୁଣା ପେକ୍ସ ରେ କିଛି ରୋଚକ ତଥ୍ୟ ମିଳିଥିବା ଜଣାଯାଇଛି l ସେଟଲାଇଟ ସମସ୍ୟା ଯୋଗୁ ଅନେକ ପେକ୍ସ ରେ ଧାନ ବିକ୍ରି କରି ପାରୁନି ଚାଷୀ l ପେକ୍ସ ର ବାହାନା କେବଳ ଟାର୍ଗେଟ l ଚାଷୀ ମୁହଁ ଶୁଖାଇ ଘର କୁ ଗେଟ l ଏଣେ ମିଲର୍ସ ଆଉ ପେକ୍ସ ପୁରା ସେଟ ହୋଇଥିବା କଥା ସବୁ ଅନୁଧ୍ୟାନ କଲେ ଏ ସାମ୍ବାଦିକ ମାନେ l

ଜିଲ୍ଲା ର କିଛି ବଛା ବଛା ରାଇସ ମିଲ ଉପରେ ଜିଲ୍ଲା ପ୍ରଶାସନ ର ଏତେ ଅନୁକମ୍ପା କାହିଁକି ବୋଲି ଚାଷୀ ନେତା ମାନେ ଗ୍ରାସ ରୁଟ ରେ ପ୍ରଶ୍ନ କରିଛନ୍ତି l ତେଣେ ଆଜି କିଛି ଚାଷୀ ମାନଙ୍କ ସହ ଚାଷୀ ନେତା ବୈକୁଣ୍ଠ ଶତପଥୀ ଓ ପ୍ରଦୀପ ପୁରୋହିତ ପ୍ରମୁଖ ଆସି ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ଙ୍କ ଠାରେ ଉପରୋକ୍ତ ଅଭିଯୋଗ କରିବାରେ ସେ ଏହି ଅଭିଯୋଗ ସବୁକୁ ଅତି ଖାମଖିଆଲି ଭାବରେ ନେଇଥିଲେ । ଏଣୁ ଏ ସବୁକଥାକୁ ବ୍ୟକ୍ତିଗତ ସ୍ତରରେ ଜିଲ୍ଲାପାଳ ହସ୍ତକ୍ଷେପ କରି ଏପରି ଅଚଳାବସ୍ଥା ଦୁର କରିବାକୁ ଜିଲ୍ଲା ର ସଚେତନ ବର୍ଗ ଦାବିକରିଛନ୍ତି ।