୨୯ ଜଣ ଙ୍କ ସ୍ବେଛାକୃତ ରକ୍ତଦାନ

0
213
୨୯ ଜଣ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୫/୬) : ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ଦିବସ ଅବସରରେ ଆଜି ରାୟଗଡା ଟାଉନଥାନାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୨୯ ଜଣ ସ୍ବେଛାକୃତ ରକ୍ତଦାନ କରିଥିଲେ ।WhatsApp Image 2023 06 26 at 09.32.47 ୨୯ ଜଣ ଙ୍କ ସ୍ବେଛାକୃତ ରକ୍ତଦାନ

ଏହାକୁ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଆନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ସେବା ଓ ସେବକ ସପ୍ତାହର ଶେଷ ଦିନରେ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ୨୯ ଜଣ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ବିଭିନ୍ନ ସଂଗଠନର କର୍ମକର୍ତା, କଲେଜ ଛାତ୍ରଛାତ୍ରୀ, ସିଆରପିଏଫ, ସରକାରୀ କର୍ମଚାରୀ, ମହିଳା ଓ ସାଧାରଣ ଜନତା ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ଆଜି ରାହୁଲ ସାହୁ, ପି.ତରୁଣ ସାହି, ନରେଶ ନାୟକ, ପ୍ରମୋଦା ଦାସ, ରାୟଗଡା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଭାରତୀ ମୁଣ୍ଡା, ମୀନ କେତନ ବେହେରା ପ୍ରମୁଖ ସ୍ୱେଛାକୃତ ଭାବେ ରକ୍ତଦାନ କରିଛନ୍ତି । ସେଭଳି ସିଆରପିଏଫର ସେକେଣ୍ଡ ଇନ୍ କମାଣ୍ଡର ସଂଜୟ ରାଉତଙ୍କ ନେତୃତ୍ୱରେ ସି.ଥଙ୍ଗରାଜ, ନାମଦେବ ଗୋଲି, ମୋହିତ ଯୋଶୀ ସ୍ୱେଛାକୃତ ଭାବେ ରକ୍ତଦାନ କରିଛନ୍ତି ।

ଏଥିରେ ରାୟଗଡା ବ୍ଲଡ ବ୍ୟାଙ୍କର ଡାକ୍ତର ଏମ.ଏ.ମଜିଦ୍‌, ଏସ.କେ.ଆଚାର୍ଯ୍ୟ, ଭି.କିଶୋର କୁମାର, ଉମାକାନ୍ତ ମିଶ୍ର, ନନ୍ଦିନୀବାଳା ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରକୁ ‘ସମାଜ’ ର ଜିଲ୍ଲା ପ୍ରତିନିଧି ରଘୁନାଥ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ରାୟଗଡା ପ୍ରତିନିଧି ବିଜୟ ମହାରଣା, ଜେକେପୁର ପ୍ରତିନିଧି ସନ୍ତୋଷ କୁମାର ପାଣିଗ୍ରାହୀ, ରାୟଗଡା ଥାନା ଅଧିକାରୀ କମଳାକାନ୍ତ ବସନ୍ତ କୁମାର କଅଁର, କନେଷ୍ଟବଳ ଲକ୍ଷ୍‌ମୀନାରାୟଣ ତିଗାଲୁ, କାଉନସିଲର ସନ୍ତୋଷ ଦଳେଇ, ଅବଦୁଲ କାଲାମ ଫାଉଂଡେସନର ବି.ରାଜେଶ, ରାୟଗଡା ବ୍ଲଡ ଡୋନର ଗ୍ରୁପ ଟ୍ରଷ୍ଟର ବିଜୟ ଚୁଲେଟ, ଏସ.ଜେ. ବେହେରା, ଜିଲ୍ଲା ଭିନ୍ନକ୍ଷମ ମହାସଂଘର ସଂପାଦକ ଅମରେନ୍ଦ୍ର ନାଥ ପ୍ରମୁଖ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।