ବଣ୍ଡାଗୁଡା ରେ ବନ୍ଧନ ବ୍ୟାଙ୍କର ଶୁଭାରମ୍ଭ

0
244
ବଣ୍ଡାଗୁଡା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୮/୬) : କୋରାପୁଟ ଜିଲ୍ଲା କୋଟପାଡ଼ ତେର ନମ୍ବର ୱାର୍ଡର ବଣ୍ଡାଗୁଡା ଠାରେ ବନ୍ଧନ ବ୍ୟାଙ୍କ ର ଶୁଭାରମ୍ଭ ହୋଇଯାଇଛି ।

ବଣ୍ଡାଗୁଡା ରେ ବନ୍ଧନ ବ୍ୟାଙ୍କର ଶୁଭାରମ୍ଭ ଅବସରରେ ୱାର୍ଡର ଯୁବ କାଉନସିଲର ଶ୍ରୀ ଟିକୁ ବିଶୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବ୍ୟାଙ୍କକୁ ଆନୁଷ୍ଠାନିକ ଭାବରେ ପ୍ରଦୀପ ଉଜ୍ୱଳନ କରି ଉଦଘାଟନ କରିଥିଲେ । ସମ୍ମାନନୀୟ ଅତିଥି ଭାବରେ ଦଶ ନମ୍ବର ୱାର୍ଡର କାଉନସିଲର ମହମ୍ମଦ ୟୁସିଫ ଆଲ୍ଲୀ ଯୋଗ ଦେଇ କହିଥିଲେ ଯେ, ବର୍ଷକୁ ଥରେ ବ୍ୟାଙ୍କର୍ସ ବୈଠକ ଜରିଆରେ ସଚେତନ କରାଯାଉଛି । ବର୍ତ୍ତମାନ କୋଟପାଡ଼ରେ ଏକାଧିକ ବ୍ୟାଙ୍କ ମାନ ଖୋଲା ହୋଇ ସାରିଛି, ଗ୍ରାହକ ସେବା ଯୋଗାଇବା ପାଇଁ । ବନ୍ଧନ ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗେଇବା ସହ ଭଲ ବ୍ୟବହାର ଦେଖାଇ ବହୁ ଉନ୍ନତି କରୁ ବୋଲି ନିଜ ବକ୍ତବ୍ୟ ରେ ସେ ପ୍ରକାଶ କରିଛନ୍ତି । ଶାଖା ପରିଚାଳକ ଙ୍କ ସମେତ ଶ୍ରୀମତି କିଟି ଗିରି, ଏମ.ଡି. ସଲମାନ, ମୋହନ ସେଠି, କେଶବ ମାଝୀ, ବିକାଶ ପଟ୍ଟନାୟକ ଙ୍କ ସମେତ ୱାର୍ଡବାସୀ ମାନେ ଉପସ୍ଥିତ ଥିବା ଜଣାଯାଇଛି I