ଡିସ୍କସ ଥ୍ରୋରେ ଦ୍ଵିତୀୟ ସ୍ଥାନ ଅଧିକାର ମହିଳା ପୁଲିସକୁ ଏସପିଙ୍କ ସ୍ୱାଗତ ସମର୍ଦ୍ଧନା

0
84
ଡିସ୍କସ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୬) : ସୁବର୍ଣ୍ଣପୁର ପୁଲିସ ତଥା ସୋନପୁର ଥାନା ରେ କାର୍ଯ୍ୟରତ ସୁଜାତା ମିଞ୍ଜ କଳିଙ୍ଗ ଷ୍ଟାଡିଅମ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏଥଲେଟ ଜେନେରାଲ ମିଟ ଡିସ୍କସ ଥ୍ରୋ ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ର ଗୌରବ ବଢ଼ାଇଛନ୍ତି l

ଡିସ୍କସ ଥ୍ରୋରେ ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଆମ ଜିଲ୍ଲାର ଗୌରବ ମିସ ମିଞ୍ଜ ଙ୍କୁ ଆଜି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଏସପି ଶ୍ରୀ ପଣ୍ଡା ଙ୍କ ସମେତ ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ ପଦ୍ମାସିନୀ ମେହେର, ଏସପି ଷ୍ଟେନୋ କୃତ୍ତିବାସ ମିଶ୍ର, ପୁଲିସ କଲେଷ୍ଟବଳ ସଂଘ ପ୍ରାକ୍ତନ ସମ୍ପାଦକ ଦୀନେଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି କ୍ରୀଡା ପ୍ରତିଭା ମିସ ସୁଜାତା ମିଞ୍ଜ ଙ୍କୁ ଉତ୍ସାହିତ କରି ଏ କ୍ଷେତ୍ର ରେ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ l ଏହା ପୂର୍ବରୁ ସୋନପୁର ଥାନା ରେ ପ୍ରତିଭା ମିଞ୍ଜ ଙ୍କୁ ଭାବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇ ଏ ଦିଗରେ ତାଙ୍କୁ ସଫଳତା କାମନା କରାଯାଇଥିଲା l