ରୋଷେଇ ଘରୁ ଉଦ୍ଧାର ହେଲା ନାଗ ସାପ

0
99
ରୋଷେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୩୦/୦୬) : ରୋଷେଇ ଘରୁ ଉଦ୍ଧାର ହେଲା ନାଗ ସାପ । ରୋଷେଇ ଘରେ ଥାଇ ମଧ୍ୟ କାହାର କିଛି ଅନିଷ୍ଟ କରିନାହିଁ ନାଗ ।

ଶିବ ଉପାସନା ରୁ ବିଚ୍ୟୁତ ହୋଇଥିବା ପରିବାର କୁ ପୁନଃ ଶିବ ଆରାଧନା କରିବା ପାଇଁ ନାଗ ମାଧ୍ୟମରେ ସଙ୍କେତ ମିଳିଛି ବୋଲି ପରିବାର ଲୋକେ କହିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ପଥରବନ୍ଧ ଗାଁ’ର ବାସୁଦେବ ମହାପାତ୍ରଙ୍କ ରୋଷେଇ ଘରୁ ୫ ଫୁଟର ଏକ ନାଗ ସାପ ଉଦ୍ଧାର ହୋଇଛି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ନାଗକୁ ଉଦ୍ଧାର କରିବା ପରେ ସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇଥିବା ନାଗ ସାପ ଟିକୁ ଟାଙ୍ଗୀ ଜଙ୍ଗଲରେ ଛାଡି ଦେଇଛନ୍ତି । ବାସୁଦେବ ମହାପାତ୍ର ହେଉଛନ୍ତି ଜାତି ରେ ବ୍ରାହ୍ମଣ, ହେଲେ କିଛି ଦିନ ହେଲା ସେ ପ୍ରଭୁ ଶିବ ଶଙ୍କରଙ୍କ ଉପାସନା କରୁଥିଲେ ମାତ୍ର ଏଥିରୁ ବିଚ୍ୟୁତ ହେବାରୁ ସ୍ୱୟଂ ଶିବ ଶମ୍ଭୁ ଙ୍କ ବାହନ ଦର୍ଶନ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।